Home Uncategorized କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଜି ‘ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଆଜି ‘ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0
ପୁରୀ : ଏଥର ଆଲୋକମାଳାରେ ଝଲସିବ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ।  ପର୍ଯ୍ୟଟକ ଲାଇଟ୍‌ ଏବଂ ସାଉଣ୍ଡରେ ଜାଣିବେ କୋଣାର୍କ ସୂର୍ଯ୍ୟମନ୍ଦିରର ଇତିହାସ । ବହୁ ପ୍ରତିକ୍ଷିତ କୋଣାର୍କ ସୂର୍ଯ୍ୟମନ୍ଦିର ‘ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି ସନ୍ଧ୍ୟାରେ ଲୋକାର୍ପଣ କରିବେ । ଉଚ୍ଚମାନର ଜ୍ଞାନକୌଶଳ ଦ୍ୱାରା ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ପାଇଁ ୫.୫କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଶବ୍ଦ ଶୁଣିବା ପାଇଁ ଶ୍ରୋତାଙ୍କ ନିମନ୍ତେ ଓୟାରଲେସ ହେଡଫୋନର ବ୍ୟବସ୍ଥା ହୋଇଛି । ବିନା ହେଡଫୋନରେ ଶ୍ରୋତା ମାନେ କୌଣସି ଶବ୍ଦ ଶୁଣି ପାରିବେ ନାହିଁ । ଏକକାଳୀନ ୨୫୦ ଜଣ ସୋକୁ ଦେଖିବାର ସୁଯୋଗ ପାଇପାରିବେ । ତିନୋଟି ଭାଷା ଯଥା ହିନ୍ଦି, ଓଡିଆ ଓ ଇଂରାଜୀରେ ସୋ ପ୍ରସାରଣ ହେବ । ଦର୍ଶକମାନେ ଏଥି ମଧ୍ୟରୁ ଗୋଟିଏ ଭାଷାକୁ ବାଛି ସୋ କୁ ଉପଭୋଗ କରିପାରିବେ । ଇଂରାଜୀ ଭାଷାରେ କବିର ବେଦୀ, ହିନ୍ଦିରେ ସେଖର ସୁମନ ଓ ଓଡିଆ ଭାଷାରେ ବିଜୟ ମହାନ୍ତିଙ୍କର ସ୍ୱର ଶୁଣି ପାରିବେ ଶ୍ରୋତା । ୪୦ ମିନିଟର ସୋ ପାଇଁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ବିଦେଶୀଙ୍କ ପର୍ଯ୍ୟଟକ ପାଇଁ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଜିର ଏହି ଲୋକାର୍ପଣ ଉତ୍ସବରେ  ମୁଖ୍ୟମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ୍ତ କୁମାର ମହାରଥୀ, ନିମାପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼  ଅଧ୍ୟକ୍ଷ ସମୀର ରଞ୍ଜନ ଦାଶ,   କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲା ପରିଷଦ  ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।