Home ଅପରାଧ କୋଲକାତାକୁ ପଠାଗଲା କୁନ୍ଦୁଲି ପୀଡ଼ିତାଙ୍କ ନମୁନା

କୋଲକାତାକୁ ପଠାଗଲା କୁନ୍ଦୁଲି ପୀଡ଼ିତାଙ୍କ ନମୁନା

0

ଭୁବନେଶ୍ୱର : କୁନ୍ଦୁଲି ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହାର ତଦନ୍ତ ପାଇଁ ନୁହେଁ ବରଂ ସବୁ ପ୍ରମାଣ ନଷ୍ଟ କରି ଶାସକ ଦଳକୁ ସୁରକ୍ଷା ଦେବା ନିମନ୍ତେ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି ବୋଲି ମଙ୍ଗଳବାର ବିରୋଧୀ ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିଲା । ରାଜ୍ୟ ଫୋରେନ୍‌ସିକ୍‌ ସାଇନ୍ସ ଲାବ୍‌ ରିପୋର୍ଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଣୁ ପୀଡ଼ିତାଙ୍କ ନମୁନା କୋଲକାତାସ୍ଥିତ ସେଣ୍ଟ୍ରାଲ ଲାବ୍‌କୁ ପରୀକ୍ଷା ପାଇଁ ପଠାଯାଇଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ଏସ୍‌ପି ପ୍ରଶାନ୍ତ ଜେନା ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ ଜଣାଇଛନ୍ତି । ରାଜ୍ୟ ଫୋରେନ୍‌ସିକ୍‌ ଲାବ୍‌ର ପ୍ରଥମ ରିପୋର୍ଟରେ ପୀଡିତାଙ୍କୁ ବଳାତ୍କାର କରାଯାଇଥିବା ଦର୍ଶାଯାଇଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ବଦଳାଯାଇଥିଲା । ଏହାକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଛି । ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସେଣ୍ଟ୍ରାଲ ଫୋରେନ୍‌ସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ କ୍ରାଇମ୍‌ବ୍ରାଞ୍ଚ ଜବତ ହୋଇଥିବା ପୀଡିତାଙ୍କ ପୋଷାକ ଓ ଅନ୍ୟ ନମୁନା ପଠାଇଛି ।

 ଏଠାରେ ପ୍ରକାଶ ଥାଉ କି, ପୀଡିତାଙ୍କ ଆତ୍ମହତ୍ୟା ପରେ ତାଙ୍କ ନମୁନାକୁ ପ୍ରଥମେ ଓଡ଼ିଶା ଫୋରେନସିକ୍ (ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର)ରେ ପରୀକ୍ଷା କରାଯାଇଥିଲା । ମାତ୍ର ଏହାର ପ୍ରଥମ ଓ ଚୂଡ଼ାନ୍ତ ରିପୋର୍ଟରେ କିଛି ତ୍ରୁଟି ଥିବା ଅଭିଯୋଗ ହୋଇଥିଲା ।  ଜାଣିଶୁଣି ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୁଣି ଥରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here