Home ଦେଶ ବିଦେଶ କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି

କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି


ଜାମ୍ମୁ: କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି। ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ, ଏକ ଘରେ ପଶିଥିବା ଆତଙ୍କୀଙ୍କ ଗତିବିଧି କ୍ୟାମେରାରେ କଏଦ ହୋଇଛି। ସଶସ୍ତ୍ର ଆତଙ୍କୀ ଏକ ଘରର ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ଶ୍ରୀନଗର ଜାଦିବଲ୍ ଅଞ୍ଚଳରେ ଏକ ଘରେ ଏକାଧିକ ଆତଙ୍କବାଦୀ ପଶିଥିବା ଖବର ପାଇଁ ସୁରକ୍ଷା କର୍ମୀ ଅପରେସନ୍ ଆରମ୍ଭ କରିଥିଲେ।

ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମସ୍ତ ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର। ଆତଙ୍କବାଦୀମାନେ ଏକଘରେ ଲୁଚିଥିବା ଦେଖାଯିବା ପରେ କେତେକ ସ୍ଥାନୀୟ ନେତାଙ୍କ ସହାୟତାରେ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏପରିକି ତାଙ୍କ ବାପା ମାଆଙ୍କୁ ମଧ୍ୟ ଘଟଣାସ୍ଥଳକୁ ଆଣି ସମସ୍ତଙ୍କୁ ସରେଣ୍ଡର ପାଇଁ କହିଥିଲେ ସୁରକ୍ଷା କର୍ମୀ। ମାତ୍ର ସରେଣ୍ଡର କରିବା ବଦଳରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହ୍ୟାଣ୍ଡ ଗ୍ରେନେଡ୍ ମାଡ଼ କରିଥିଲେ।

ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ଜବାବ ଦେଇଥିଲେ। ଗୁଳିବିନିମୟରେ ଶେଷରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ଗୋଟିଏ ଏକେ -୪୭ , ଏକ ଏମ୍-୪ କାର୍ବାଇନ୍ ଏବଂ ଗୋଟିଏ ପିସ୍ତଲ ଜବତ ହଇଛି ଏକ ଏମ୍-୪ ରାଇଫଲ୍ ମଧ୍ୟ ଜବତ ହୋଇଛି। ଗତକାଲି ମଧ୍ୟ ବିଏସ୍ଏଫ୍ ପକ୍ଷରୁ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳିକରି ଖସାଯିବା ପରେ ସେଥିରୁ ମଧ୍ୟ ସମାନ ରାଇଫଲ୍ ମିଳିଥିଲା।

ଆହୁରି ପଢ଼ନ୍ତୁ