Home ଓଡିଶା ଖଣ୍ଡଗିରି ମେଳା ବଢାଇଛି ଟ୍ରାଫିକ୍ ସମସ୍ୟା

ଖଣ୍ଡଗିରି ମେଳା ବଢାଇଛି ଟ୍ରାଫିକ୍ ସମସ୍ୟା

ମାଘ ସପ୍ତମୀ ମେଳା ପାଇଁ ଖଣ୍ଡଗିରିରେ ପ୍ରବଳ ଜନସମାଗମ ଦୃଷ୍ଟିରୁ ଖଣ୍ଡଗିରି ଛକରେ ଗୁରୁତ୍ୱର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ସଡ଼କ ଦୁଇ ପାଶ୍ୱର୍ରେ ବିଭିନ୍ନ ଯାତ୍ରା ଦଳ ଓ ଉଠା ଦୋକାନୀଙ୍କ ପସରା ମେଲିିଛି । ଖଣ୍ଡଗିରି ମେଳାକୁ ଅପରାହ୍ନ ୩ଟା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ପହଂଚୁଛନ୍ତି । ଦୁର୍ଘଟଣା ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ପରିଗଣତି ହୋଇଥିବା ଖଣ୍ଡଗିରି ଛକ ମେଳା ପାଇଁ ବିପଦସଙ୍କୁଳ ପରିବେଶ ତିଆରି କରିଛି । ଜାତୀୟ ରାଜପଥ ସମେତ ପାଶ୍ୱର୍ବର୍ତ୍ତୀ ୪ ଦିଗର ରାସ୍ତାରେ ଅଟକି ରହୁଛି ଶହ ଶହ ଗାଡ଼ି ମଟର । ୨୦ ମିନିଟ୍ ରୁ ଅଧିକ ସମୟ ଅଟକି ରହୁଥିବା ଗାଡ଼ି ମଟର ଅଧକିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଥିବାରୁ ଏକ ଅଶ୍ୱସ୍ତିକର ବାତାବରଣ ସୃଷ୍ଟି କରୁଛି । ଭିଡ଼ ସମୟରେ ଘଣ୍ଟାକୁ ୫୦ ହଜାର ରୁ ଅଧିକ ଯାନବାହାନ ଯାତାୟାତ କରୁଥିବା ପୋଲିସ କହିଛି । ୧.୫ କିଲୋମିଟର ବ୍ୟାପି ନୂଆ ଫ୍ଲାଏ ଓଭର୍ ନିର୍ମାଣ ପାଇଁ ୧୧୫କୋଟି ଟଙ୍କା ବ୍ୟୟବରାଦ ରେ ନିକଟରେ କାମ ଆରମ୍ଭ ହୋଇଥିବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ଦୁର୍ଘଟଣାସ୍ଥଳୀ ଭାବେ ଖଣ୍ଡଗିରି କୁ ଚିହ୍ନଟ କରାଯାଇଛି