Home Uncategorized ଗର୍ଭ ଗୃହର ଫଟୋ ଭାଇରାଲ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନକୁ ଜବାବ ତଲବ କଲେ ହାଇକୋର୍ଟ

ଗର୍ଭ ଗୃହର ଫଟୋ ଭାଇରାଲ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନକୁ ଜବାବ ତଲବ କଲେ ହାଇକୋର୍ଟ

0

କଟକ:  ପୁରୀ ଶ୍ରୀମନ୍ଦିରର ଗର୍ଭ ଗୃହର ଫଟୋ ଭାଇରାଲ  ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କୋଟି କୋଟି ଭକ୍ତଙ୍କ ଭାବନା ଓ  ଆବେଗ ସହ ଜଡ଼ିତ ଶ୍ରୀମନ୍ଦିରର ଫଟୋ ଭାଇରାଲ ଘଟଣାକୁ ଶ୍ରୀମନ୍ଦିର ସଂସ୍କାର କମିଶନ ଗମ୍ଭୀରତାର ସହ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିବା ପରେ ଆଜି ଏହି ମାମଲାକୁ ହାଇକୋର୍ଟ ମଧ୍ୟ ଗୁରୁତର ସହ ନେଇଛନ୍ତି । ହାଇକୋର୍ଟ ବୁଧବାର କେଉଁ ଭଳି କେଉଁ ପରିସ୍ଥିତିରେ ଫଟୋ ଭାଇରାଲ ହେଲା ସେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି । ଏହି ଘଟଣାର ସବିଶେଷ ରିପୋର୍ଟ ଡିସେମ୍ବର ୬ ସୁଦ୍ଧା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜଗମୋହନର ଶୁଣାଣି ବେଳେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସ୍‌ଆଇକୁ ) ଜବାବ ମାଗିଛନ୍ତି । କେଉଁ ପରିସ୍ଥିତରେ କିଭଳି ଏହି ଫଟୋ ଭାଇରାଲ ହେଲା ସେ ସମ୍ପର୍କରେ ୩ ଦିନ ମଧ୍ୟରେ ଜବାବ ଦେବା ପାଇଁ କହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଏ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଭବିଷ୍ୟତରେ ଏହାର ଯେପରି ପୁନରାବୃତି ନହେବ ସେ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରତ୍ନତତ୍ୱ ବିଭାଗ କି ପଦକ୍ଷେପ ଗ୍ରହଣ କରିବା ସେ ବିଷୟରେ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଏହି ଫଟୋ  ସଦାନନ୍ଦ ଶର୍ମା ଭାଇରାଲ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଗତକାଲି ସୂଚନା ଦେଇଥିଲେ। ସଦାନନ୍ଦ ହେଉଛନ୍ତି ସିଆଇଏମଏଫଆର ଧାନବାଦର ଜଣେ ବରିଷ୍ଠ ବିଶେଷଜ୍ଞ। ଗର୍ଭଗୃହର ମରାମତି କାର୍ୟ୍ୟରେ ସେ ସହଯୋଗ କରିଥଲେ।

LEAVE A REPLY

Please enter your comment!
Please enter your name here