Home ଦେଶ ବିଦେଶ ଗିର ଜଙ୍ଗଲରୁ ୧୧ସିଂହର ମୃତଦେହ ଉଦ୍ଧାର ! କାରଣ ଅସ୍ପଷ୍ଟ ।

ଗିର ଜଙ୍ଗଲରୁ ୧୧ସିଂହର ମୃତଦେହ ଉଦ୍ଧାର ! କାରଣ ଅସ୍ପଷ୍ଟ ।

0
ଗୁଜୁରାଟ ; ଗୁଜୁରାଟର ଗିର ଜଙ୍ଗଲରୁ ୧୧ ସିଂହର ମୃତଦେହ ଉଦ୍ଧାର କରାଯାଇଛି । ବୁଧବାର ଅମରେଲା ଜିଲ୍ଲାର ରାଜୁଲା ପାଖରେ ଗୋଟିଏ ସିଂହର ମୃତଦେହ ମିଳିଥିଲା । ସେହିଦିନ ଅନ୍ୟ ୩ଟି ସିଂହର ମୃତଦେହ ଦଲଖାନିଆ ରେଞ୍ଜରେ ଉଦ୍ଧାର ହୋଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ କିଛି ଦିନ ପୂର୍ବରୁ ବାକି ୭ ସିଂହର ମୃତଦେହ ମିଳିଥିଲା । ଅଧାରୁ ଅଧିକ ସିଂହମାନଙ୍କ ମୃତ୍ୟୁ ଫୁସଫୁସ ସଂକ୍ରମଣ ଯୋଗୁଁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ସେପଟେ ବନ୍ୟଜନ୍ତୁ ସଂରକ୍ଷଣ ସମିତିର ଜଣେ ସଦସ୍ୟ ପ୍ରକାଶ କରିଛନ୍ତି ଯେ ସିଂହମାନଙ୍କ ମୃତ୍ୟୁ ନିଜ ନିଜ ମଧ୍ୟରେ ଲଢେଇ ପାଇଁ ହୋଇଛି । ତେବେ ଏବେ ଯାଏ ବି କାରଣ ଅସ୍ପଷ୍ଟ ରହିଛି । ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ଗୁଜୁରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଶାସନିକ ଅଧିକାରୀ କହିଛନ୍ତି, ‘ମୃତ ସିଂହମାନଙ୍କର ନମୂନା ଆମେ ସଂଗ୍ରହ କରିଛୁ । ଯାଞ୍ଚ ପାଇଁ ଜୋନାଗଡ ଭେଟେର୍ନାରୀ ହସପିଟାଲକୁ ପଠାଯାଇଛି । ଆମେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ।’