Home Uncategorized ଗୁଜରାଟ ଓ ହିମାଚଳ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶାରେ ପଡ଼ିବନି: ମୁଖ୍ୟମନ୍ତ୍ରୀ

ଗୁଜରାଟ ଓ ହିମାଚଳ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶାରେ ପଡ଼ିବନି: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢ଼ିବ । ଗୁଜରାଟରେ ବିଜେପି ଲଗାତାର ଷଷ୍ଠ ଥର ପାଇଁ କ୍ଷମତାକୁ ଆସିଥିବା ବେଳେ ହିମାଚଳରେ କଂଗ୍ରେସ ହାତରୁ ଶାସନ ଡୋରି ହାତେଇବାରେ ଦଳ ସକ୍ଷମ ହୋଇଛି । ତେବେ ଏହି ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଗୁଜରାଟରେ ସରକାର ବିରୋଧି ଜନମତର ପ୍ରଭାବ ପଡ଼ିଥିବାବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଓଡ଼ିଶା ଉପରେ କିଛି ପ୍ରଭାବ ପକାଇବ ବୋଲି ସେ ଭାବୁ ନାହାଁନ୍ତି । ଏମିତିକି ଏହାର ପ୍ରଭାବ ବିଜେପୁର ଉପନିର୍ବାଚନରେ ମଧ୍ୟ ପଡ଼ିବ ନାହିଁ । ଏହି ଅବସରରେ ତାଙ୍କ ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here