Home Uncategorized ଗୋଲାପ ଜାମୁନ ଖାଇ ଶ୍ରଦ୍ଧା ଏମିତି ଦେଲେ ଏସ୍କପ୍ରେସନ୍

ଗୋଲାପ ଜାମୁନ ଖାଇ ଶ୍ରଦ୍ଧା ଏମିତି ଦେଲେ ଏସ୍କପ୍ରେସନ୍

0
ଗୋଲାପ ଜାମୁ ଏହି ମିଠାକୁ କିଏ ବା ଭଲ ନପାଏ । ଅଧିକାଂଶ ଭାରତୀୟ ଲୋକଙ୍କର ଦୁର୍ବଳତା ତ ମିଠା ହୋଇଥାଏ । ତେବେ ମିଠାମାନଙ୍କର ରାଜା କୁହାଯାଉଥିବା ଗୋଲାପଯାମୁନ କଥା ଉଠେ ବା ସମ୍ନାରେ ଥାଏ ଯାହର ବି ମୁହଁର ପାଣି ଆସିଯିବା ସ୍ୱାଭାବିକ୍ । ଠିକ୍ କିଛି ଏମିତି ହୋଇଛି ବଲିଉଡ୍ ସବୁଠୁ ଲୋକପ୍ରିୟ ଡାହାଣି ଶ୍ରଦ୍ଧା କପୁର୍ଙ୍କ ସହିତ । ଦର୍ଶମାନେ ଏବେ ଶ୍ରଦ୍ଧାକପୁରଙ୍କର ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅଦାକୁ ଖୁ୍ବ୍ ପସନ୍ଦ କରୁଥିବା ଜଣାପଡୁଛି । ତେବେ ‘ସ୍ତ୍ରୀ’ଚଳଚ୍ଚିତ୍ରରେ ଶ୍ରଦ୍ଧା ସମସ୍ତଙ୍କୁ ଡରେଇଥିବା ବେଳେ ବର୍ତମାନ ଗୁଲାମ ଜାମୁନ ଖାଇ ଲାଇମ୍ ଲାଇଟ୍କୁ ଆସିଯାଇଛନ୍ତି ଶ୍ରଦ୍ଧା । ଗୋଲାପ ଜାମୁନ ଖାଇ ଶ୍ରଦ୍ଧା ଏମିତି ଦେଲେ ଏସ୍କପ୍ରେସନ୍ ତେବେ ଶ୍ରଦ୍ଧା କୌଣସି ଏକ ଇଭେଂଟରେ ଯୋଗ ଦେବାକୁ ଯାଇଥିଲେ । ଯେଉଁଠାରେ ପାତ୍ରରେ ରଖାଯାଇଥିବା ଗୁଲାପ ଯାମୁନ୍ ଉପରେ ତାଙ୍କର ନଜର ପଡିଥିଲା । ତା’ପରେ ଶ୍ରଦ୍ଧାଙ୍କୁ ଦେଖିବାର ଥିଲା । ଏହି ମିଠାଗୁଡିକ ଦେଖି କଂଟ୍ରୋଲ କରିନପାରି ସର୍ଭିିଙ୍ଗ ସ୍ପୁନ୍ରେ ମିଠାଟିକୁ ନିଯ ମୁହଁ ପାଖକୁ ନେଇଆସିଥିଲେ । ଏହି ସମୟରେ ସେ କ୍ୟାମେରାକୁ ତାଙ୍କ ନଟି ଏବଂ ମଜାଦାର ଅନ୍ଦାଜ ଦେଖାଇଥିଲେ । ଯାହାକୁ ଯେ କେହି ବି ଦେଖିଲେ ହସିବେ । ତେବେ ପରେ ଶ୍ରଦ୍ଧା ଗୁଲାପ ଯାମୁନ ଖାଇବା ଲାଗି ଏକ ବାଉଲ୍ ମାଗିଥିଲେ । ତେବେ ଶ୍ରଦ୍ଧାଙ୍କ ଏହି ଭିଡିଏ ଖୁବ୍ ଭାଇରାଲ ହେବାରେ ଲାଗିଛି । ସାଧାରଣତଃ ଏବେ ପ୍ରତ୍ୟେକ ବର୍ଗର ଲୋକେ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି । ଯାହାଫଳରେ ସେମାନେ ମିଠା ଠାରୁ ଦୂରେଇ ରହୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଶ୍ରଦ୍ଧାଙ୍କର ଗୋଲାପ ଯାମୁନ ପ୍ରତି ଭଲପାଇବା ଓ ପାଗଳାମି ସମସ୍ତଙ୍କୁ ଆକର୍ଶିତ କରିଛି ।