Home Uncategorized ଚାକିରି ସ୍ଥାୟୀ ଓ ଦରମା ବଢ଼ାଇବା ଦାବିରେ ଠିକା ନର୍ସଙ୍କ ଆନ୍ଦୋଳନ

ଚାକିରି ସ୍ଥାୟୀ ଓ ଦରମା ବଢ଼ାଇବା ଦାବିରେ ଠିକା ନର୍ସଙ୍କ ଆନ୍ଦୋଳନ

0

କଟକ: ଚାରି ଦିନ ହେବ ରାଜଧାନୀ ରାଜରାସ୍ତାର ଲୋୟର୍‌ ପିଏମ୍‌ଜି ଛକରେ ସରକାରୀ ନର୍ସଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଚୁକ୍ତିଭିତ୍ତିକ ନର୍ସମାନେ କାର୍ଯ୍ୟବନ୍ଦ କରିଛନ୍ତି । କଟକ ଏସ୍‌ସିବି ମେଡ଼ିକାଲର ଠିକା ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସ୍ଥାୟୀ ନିଯୁକ୍ତି, ଗ୍ରେଡ଼୍‌ ପେ ଓ ସମାନ କାମକୁ ସମାନ ଦରମା ଦାବିରେ ଦୁଇ ଦିନ ହେବ ନର୍ସମାନେ ଧାରଣାରେ ବସିଥିଲେ । ମାତ୍ର ମେଡ଼ିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ନର୍ସମାନେ ଆନ୍ଦୋଳନ କରିଛନ୍ତି । ୬ ଦଫା ଦାବିକୁ ବୁର୍ଲା, ବ୍ରହ୍ମପୁର ଭଳି ବିଭିନ୍ନ ମେଡ଼ିକାଲର ନର୍ସମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ମେଡ଼ିକାଲରେ ରୋଗୀ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି । ଯଦି ଏହା ଉପରେ କୌଣସି ଆଲୋଚନା ନ କରନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଧମକ ଦେଇଛି ସଂଘ ।

ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ ଓ ମଙ୍ଗଳାବାଗ ଥାନା ଅଧିକାରୀ ଆସି ନର୍ସମାନଙ୍କ ସହିତ ଆଲୋଚନା କରିଛନ୍ତି । କର୍ତ୍ତୃପକ୍ଷ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଏ ନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here