Home ଦେଶ ବିଦେଶ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ, ୫ ମୃତ

ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ, ୫ ମୃତ

ନୂଆଦିଲ୍ଲୀ : ମୁମ୍ବାଇର ଘାଟକୋପର ଜନଗହଳିପୂର୍ଣ୍ଣ ଇଲାକାରେ ଗୁରୁବାର ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଓ ଜଣେ ଲୋକ ସାମିଲ ଅଛନ୍ତି । ବିମାନ ଯେଉଁ ସମୟରେ ଦୁର୍ଘଟଣାର ଶିକାର ହେଲା ସେହି ଜାଗାରେ ଲୋକଙ୍କ ଯିବା ଆସିବା ଲାରି ରହିଥିଲା । ପାଇଲଟଙ୍କ ବ୍ୟତୀତ ଏହି ବିମାନରେ ଦୁଇ ଜଣ ଟେକ୍ନିସିଆନ ମଧ୍ୟ ବସିଥିଲେ । ଫାୟର ବ୍ରିଗେଡର ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛି । ଏହି ବିମାନ ମୁମ୍ବାଇର ଘାଟକୋପରର ସର୍ବୋଦୟ ନଗର ଇଲାକାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣା ଅପରାହ୍ନ ୧ଟା ୧୩ ମିନିଟରେ ଘଟିଛି । କୁହାଯାଉଛି ଯେ ଏହି ବିମାନ ଜୁହୁ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଅଚାନକ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ନିଆଁ ଲାଗି ଯାଇଛି । ବିମାନଟି ସିଧାସଳଖ ଉକ୍ତ ଇଲାକାରେ ସ୍ଥିତ ଜାଗୃତି କୋଠା ପାଖରେ ଏକ ର୍ନିମାଣଧୀନ କୋଠା ଉପରେ ଖସିପଡିଛି । ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଜଣେ ବ୍ୟକ୍ତି ନିଆଁରେ ଜଳୁଥିବା ଅବସ୍ଥାରେ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଫାୟର ବ୍ରିଗେଡ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି । ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଉଲ୍ଲେଖଯୋଗ୍ୟ ଭିଟି-ୟୁପିଜେଡ୍‌ ବିମାନ ୨୦୧୪ ପର୍ଯ୍ୟନ୍ତ ୟୁପି ସରକାରର ଥିଲା । ଏହି ବିମାନରେ ପ୍ରକୃତରେ କେତେ ଜଣ ଯାତ୍ରା କରୁଥିଲେ ତାର ସଠିକ୍‌ ସୂଚନା ମିଳି ପାରିନାହିଁ । ନଗର ବିମାନ ମହା ନିର୍ଦ୍ଦେଶାଳୟ ମୁତାବକ ଦୁର୍ଘଟଣାଗ୍ରସ୍ଥ ବିମାନରେ ଦୁଇ ଜଣ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଓ ସଡ଼କରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି