Home Uncategorized ଚିଲିକାରେ ହେଲିକପ୍ଟର ଉଡାଣ ସମୟ ବଦଳାଇଲେ ପୁରୀ ପୁଲିସ !

ଚିଲିକାରେ ହେଲିକପ୍ଟର ଉଡାଣ ସମୟ ବଦଳାଇଲେ ପୁରୀ ପୁଲିସ !

0
ପୂର୍ବତନ ସ।।ଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକା ଉପରେ ଉଡାଡଣକୁ ନେଇ ପୁରୀ ପୁଲିସ ଅଭିଯୋଗ କରିଥଲେ । । ତେବେ ପୁରୀ ପୁଲିସ ହେଲିକପ୍ଟର ଉଡାଣର ସମୟ ବଦାଳାଇଛି । ସୁଚନା ଅନୁଯାୟୀ ଗତ ୧୫ ତାରିଖ ସକାଳ ୧.୩୦ ମିନିଟ୍ ରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ମାର୍ଗରେ ଉଡାଣ ସମୟ ଏଫ୍ଆଇଆରରେ କୁହାଯାଇଥିବାବେଳେ ସମନ୍ୱରେ ଭିନ୍ନ ସମୟ ଦିଆଇଛି ।ସେପଟେ ଇମ୍ଫାର ହେଲିକପ୍ଟର ଚିଲିକା ମାର୍ଗରେ ୧୫ ତାରିଖ ସକାଳ ୯.୩୦ ମିନିଟ୍ ରେ ଉଡୁଥିବା ଦେଖାଯାଉଥିଲା ବୋଲି ଇମ୍ଫାକୁ ସମନ୍ୱରେ ଦର୍ଶାଯାଇଛି । ଫଳରେ ପୁରୀ ହୋଲିସ ବିଭ୍ରାନ୍ତିକାର ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଏହି ବିଭ୍ରାନ୍ତିକର ତଥ୍ୟ କୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ କରିଛନ୍ତି । ସେ କହିଛନ୍ତି ପ୍ରଥମେ କହିଲେ ସିପ୍ଳେନ ।୪୮ ଘଣ୍ଟା ପରେ ଏହାକୁ ହେଲିକପ୍ଟରରେ ପରିବର୍ତ୍ତନ କରାଗଲା । ତାହା ଚିଲିକାରେ ଅହରାହ୍ନ ୧.୩୦ ମିନିଟ୍ ରେ ଓହ୍ଳାଇଥିବା କୁହାଯାଉଥିଲା । କିନ୍ତୁ ମୁଁ ସକାଳ ୮ଟା ୪୫ରୁ ୧୦ ଟା ୨୮ ଏବଂ ଅପରାହ୍ନ ୧୨ ଟା ୫୦ ରୁ ୧.୨୬ ପର୍ଯ୍ୟନ୍ତ ଉଡାନ କରିଥିଲି । ତାହାସହିତ ଟ୍ୱିଟରେ ବୈଜୟନ୍ତ କହିଛନ୍ତି ୧.୨୬ ରେ ଭୁବନେଶ୍ୱରରେ ହେଲିକପ୍ଟର ଓହ୍ଳାଇଥିଲା । ତେବେ ଓଡିଶା ପୁଲିସ ସମୟ ପରିବର୍ତ୍ତନ କରି ୯ଟା ୩୦ କରିଛି । ସମନ୍ୱରେ ଏହି ସମୟ ଉଲ୍ଲେଖ ରହିଛି । ସେ ଏହା ବି କହିଛନ୍ତି ସେତେବେଳେ ମୁଁ ପୁରୀରେ ରହିଥିବା ଫଟୋ ପ୍ରମାଣ ମୋ ପାଖରେ ଅଛି । ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଟ୍ୱିଟରେ ସେହି ସମୟର ଫଟୋ ମଧ୍ୟ ଶେୟାର କରିଛନ୍ତି ।  ସେପଟେ ଏହା ସନ୍ଦେହ କରାଯାଇଛି ବୈଜୟନ୍ତ ଉପରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।