Home ଦେଶ ବିଦେଶ ଚୀନ ଉପରେ କଟକଣା ଲଗାଇଲା ଆମେରିକା

ଚୀନ ଉପରେ କଟକଣା ଲଗାଇଲା ଆମେରିକା

0
ଯୁକ୍ତରାଷ୍ଟ୍ର ଆମେରିକା ଋୁଷିଆରୁ ସାମରିକ ଉପକରଣ କିଣୁଥିବାରୁ ଚୀନ ସେନା ଉପରେ କଟକଣା ଲଗାଇଛି । ଫଳରେ ଚୀନ ଋଷିଆରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଓ ଲଢୁଆ ବିମାନ କିଣୁଥିବାରୁ ଆମେରିକା ଚୀନ ଉପରେ ଏହି କଟକଣା ଲଗିଛି । ସେହିପରି ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ କିଣିଲେ ଭାରତ ଉପରେ କଟକଣା ଲଗାଯିବ ଆମେରିକା ସ୍ପଷ୍ଟ କରିଛି । ସେପଟେ ଏନେଇ ଚୀନ ଆମେରିକା ନିକଟରେ ସରକାରୀ ସ୍ଥରରେ ପ୍ରତିବାଦ କରିଛି । ଋଷିଆ ୨୦୧୬ରେ ଆମେରିକାରେ ହୋଇଥିବା ନିର୍ବାଚନରେ ହସ୍ତକ୍ଷେପ କରିଥିବାରୁ ଋଷିଆକୁ ଦଣ୍ଡିତ କରିବାକୁ ଆମେରିକା ଏକ ନୂଆ ଆଇନ୍ ପ୍ରଣୟନ କରିଛି । ଏହି ଆଇନ୍ ଅନୁସାରେ ଆମେରିକା ଋଷିଆରୁ ଯେଉଁ ଦେଶ ଆସ୍ତ୍ରଶସ୍ତ୍ର କିଣନ୍ତି ସୋମନଙ୍କ ବିରୋଧରେ କଟକଣା ଲାଗାଉଛି ।