Home Uncategorized ଛାତ୍ରୀଙ୍କୁ ଅସଦାଚରଣ ଭିଡ଼ିଓ ଭାଇରାଲ ମାମଲା : ୬ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ ଭିଡ଼ିଓ ଭାଇରାଲ ମାମଲା : ୬ ଗିରଫ

0

ବରଗଡ଼: ବରଗଡ଼ ଜିଲ୍ଲାରେ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ ଘଟଣାରେ ୪ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ଜଣଙ୍କୁ ସ୍ଥାନୀୟ ପୋଲିସ୍ ଆଜି ଗିରଫ କରିଛି । ଭିଡିଓ ପ୍ରଘଟ ହେବା ପରେ ଶନିବାର ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ ହୋଇଥିଲା । ଶେଷରେ ଆଜି ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି ।   ବରଗଡ ପୋଲିସ ନିଜ ଆଡୁ ପାଇକମାଳ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ସୂଚନାଯୋଗ୍ୟ,ଗତକାଲି ବିଚ୍ ରାସ୍ତାରେ ଜଣେ ଛାତ୍ରୀଙ୍କୁ କିଛି ଯୁବକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଟଣା ଓଟରା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓର ପାରିପାଶ୍ୱର୍କ ସ୍ଥିତିରୁ ଏହା ବରଗଡର ବୋଲି ଜଣାପଡିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଦିନ ଦ୍ୱିପ୍ରହରରେ ଯେଉଁଭଳି ଭାବେ ଛାତ୍ରୀ ଜଣକ ଅସଦାଚରଣର ଶିକାର ହେଲେ ତାହା ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here