Home Uncategorized ଛାତ୍ର ସଂସଦ ନିର୍ବାଚନରେ ପୁଣି ହିଂସା: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

ଛାତ୍ର ସଂସଦ ନିର୍ବାଚନରେ ପୁଣି ହିଂସା: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

0
ଖୋର୍ଦ୍ଧା: ଗତକାଲି ଛାତ୍ର ସଂସଦ ନିର୍ବାଚନ ସରିଛି ।  ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ଜଣକ ହେଲେ ଗୋଦାବରୀଶ ପଲାଇ । ଏ ନେଇ ଛାତ୍ରଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଏତଲା ଦାୟର କରାଯାଇଛି ।      ମିଳିଥିବା ସୂଚନା ମୁତାବକ, ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ପ୍ରଥମ ବର୍ଷ ଛାତ୍ର ଗୋଦାବରୀଶ ପଲାଇ ।  ସେ ଛାତ୍ର ସଂସଦ ନିର୍ବାଚନରେ ଜଣେ ସଭାପତି ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ । ଛାତ୍ର ଜଣଙ୍କ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଗତ ୩ ଦିନ ହେବ ସେ ନିଖୋଜ ଥିଲେ ।   ଗତକାଲି ଛାତ୍ରସଂସଦ ନିର୍ବାଚନ ସରିବା ପରେ ଆଜି ସକାଳୁ ଗୋଦାବରୀଶଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଘଣ୍ଟଶିଳା ପାହାଡ଼ ପାଦଦେଶରେ ତାଙ୍କର ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଗୋଦାବରୀଶଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ଏହି ହତ୍ୟା ଛାତ୍ର ସଂସଦ ନିର୍ବାଚନକୁ ନେଇ କରାଯାଇଛି ବୋଲି ତାଙ୍କ ବାପା କହିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ବାଣପୁର ପୋଲିସ ତନାଘନା ଚଳାଇଛି ।