Home ଦେଶ ବିଦେଶ ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସରେ ଡାକ୍ତରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସରେ ଡାକ୍ତରଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

0

 
 
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀରେ ପହଞ୍ଚିଛନ୍ତି । ଆଇସିୟୁର ଭେଣ୍ଟିଲେଟରରେ ଥିବା ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଏମ୍‌ସ୍‌ର ବରିଷ୍ଠ ଡାକ୍ତରଙ୍କ ସହିତ ସେ ଆଲୋଚନା କରିଛନ୍ତି । ଶ୍ରୀ ଜେନା ଏମ୍ସର ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ର ଓ ଅନ୍ୟ ବରିଷ୍ଠ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଅଧିକ କଣ କରାଯାଇ ପାରିବ ସେ ସମ୍ପର୍କରେ ପଚାରି ବୁଝିଛନ୍ତି ।
ଏଠାରେ ପ୍ରକାଶ ଥାଉ କି, ଜଗା-କାଳିଆଙ୍କର ଦ୍ୱିତୀୟ ପର୍ଯ୍ୟାୟର ଜଟିଳ ଅପରେସନରେ ଦୁଇ ଶିଶୁଙ୍କ ଯୋଡ଼ାମୁଣ୍ଡ ଅଲଗା ହୋଇଛି । ଦୁହେଁ ଅଲଗା ଅଲଗା ବେଡ୍‌ରେ ଶୋଇଛନ୍ତି । ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ୬ଦିନ ବିିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାଳିଆର ଚେତା ଫେରିନି । କିନ୍ତୁ ଜଗା ବର୍ତ୍ତମାନ ଡାକ୍ତରମାନଙ୍କ ନିର୍ଦ୍ଦେଶକୁ ରେସ୍‌ପଣ୍ଡ କରୁଛି । ଉଭୟ ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here