Home ଦେଶ ବିଦେଶ ଜଗା-କାଳିଆଙ୍କ ଅପରେସନ ନେଇ ଏମ୍ସର ପ୍ରେସମିଟ୍‌ : ଆସନ୍ତା ୪୮ ଘଣ୍ଟା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଜଗା-କାଳିଆଙ୍କ ଅପରେସନ ନେଇ ଏମ୍ସର ପ୍ରେସମିଟ୍‌ : ଆସନ୍ତା ୪୮ ଘଣ୍ଟା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

0

ନୂଆଦିଲ୍ଲୀ : ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଏମ୍ସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏମ୍ସ କତ୍ତୃପକ୍ଷ ଅପରେସନ୍‌ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ଅପରେସନ୍‌ ବହୁତ ଜଟିଳ ଥିଲା । ଏହା ଆମ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା । ଏହା ଏକ ଟିମ୍‌ ୱାର୍କ ଥିଲା । ଅପରେସନ୍‌ ପରେ ଉଭୟ ଶିଶୁ ଆଇସିୟୁରେ ଅଛନ୍ତି ।  ଆସନ୍ତା ୪୮ ଘଣ୍ଟା ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।  ଅପରେସନରେ ୨୦ ସର୍ଜନ ଓ ୧୦ ଆନାଥେସିଆ ସ୍ପେଶାଲିଷ୍ଟ ଥିଲେ । ସକାଳ ୯ଟା ୩୦ରେ ଅପରେସନ ଆରମ୍ଭ ହୋଇଥିଲା । ରାତି ୮ଟା ୪୫ରେ ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ମୁଣ୍ଡ ଅଲଗା ହେବା ପରେ ଖପୁରୀ କି ଚର୍ମ ନଥିଲା । ସେସବୁକୁ ଅଲଗା ପାଇଁ ପ୍ଲାଷ୍ଟିକ ସର୍ଜନକୁ ୪ରୁ ୫ଘଂଟା ଲାଗିଥିଲା । ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here