Home ଓଡିଶା ଜଗା ଭାତ ଖାଉଛି, କାଳିଆ ହାତ ଗୋଡ ହଲାଉଛି- ସ୍ୱାସ୍ଥ୍ୟମନ୍ତ୍ରୀ

ଜଗା ଭାତ ଖାଉଛି, କାଳିଆ ହାତ ଗୋଡ ହଲାଉଛି- ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।   କାଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟବସ୍ଥାରେ ଶୀଘ୍ର ଉନ୍ନତି ଘଟୁଛି,  ମା’ କୋଳରେ ବସି ଜଗା ଭାତ, ଡାଲି, ଅଣ୍ଡା, ସୁପ୍‌, ଜୁସ୍‌ ଓ ମହୁ ଭଳି ଖାଦ୍ୟ ଖାଉଛି ।  ଜଗା ମା’ କୋଳରେ ବସି ଗୀତ ମଧ୍ୟ ଶୁଣୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି କହିଛନ୍ତି । କାଳିଆ ଏବେ ବି ଆଇସିୟୁରେ ଅଛି । କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି,  ହାତ ଗୋଡ ହଲାଉଛି । ଉଭୟ ଶିଶୁଙ୍କ ଉପରେ ଡାକ୍ତରୀଦଳ ନଜର ରଖିଛନ୍ତି । ନିୟମିତ ଭାବେ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି  ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।