Home Uncategorized ଜଙ୍ଗଲୀ ହାତୀ ସହ ସେଲଫି ନେଲାବେଳେ ଯୁବକଙ୍କୁ କଚାଡି ମାରିଲା ହାତୀ

ଜଙ୍ଗଲୀ ହାତୀ ସହ ସେଲଫି ନେଲାବେଳେ ଯୁବକଙ୍କୁ କଚାଡି ମାରିଲା ହାତୀ

0

ରାଉରକେଲା : ଆଜିକାଲି ଯୁବପିଢିଙ୍କୁ ସେଲ୍‌ଫି ନିଶା ଏପରି ଘାରିଛି ଯେ, ଅନେକ ସମୟରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ସେଲ୍‌ଫି ନେଉଥିବାର ଦେଖାଯାଇଛି । ଏଥିଯୋଗୁଁ ଅନେକଙ୍କର ଜୀବନ ହାନି ମଧ୍ୟ ଘଟିଛି । ଜଣେ ଯୁବକଙ୍କୁ  ମହଙ୍ଗା ପଡିଛି ବଣୁଆ ହାତୀ ସହ ସେଲଫି ନେବା । ଶନିବାର ଅଶୋକ ଭାରତୀ ନାମକ ଜଣେ ଯୁବକ ହାତୀ ପାଖରେ ସେଲଫି ନେବାବେଳେ ହାତୀର ଆକ୍ରମଣରେ ତାଙ୍କ ଜୀବନ ଯାଇଛି । ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ମାରି ଦେଇଛି । ଏପରି ଅଭାବନୀୟ ଘଟଣା ରାଉରକେଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଣ୍ଡିଆକୁଦ ଗାଁରେ ଘଟିଛି । ଗାଁକୁ ପଶି ଆସିଥିବା ଏକ ହାତୀକୁ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଉଡାଇବା ବେଳେ ଏପରି ଅଘଟଣ ଘଟିଛି ।

ଗତକାଲି ରାତିରେ ନିକଟସ୍ଥ ଜଙ୍ଗଲରୁ ଏକ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସିଥିଲେ । ହେଲେ ସେଥିରୁ ଗୋଟିଏ ହାତୀ ଗୋଠ ହୁଡି ମାଣ୍ଡିଆକୁଦ ଗାଁରେ ପଶି ଯାଇଥିଲା । ଆଜି ସକାଳେ ଗାଁ ଲୋକେ ହାତୀ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କ ସହାୟତାରେ ହାତୀଟିକୁ ଘଉଡାଇ ଥିଲେ । ଏହି ସମୟରେ ଅଶୋକ ଭାରତୀ ନାମକ ଜଣେ ଯୁବକ ହାତୀର ନିକଟକୁ ଯାଇ ସେଲ୍‌ଫି ନେଉଥିଲେ ।  ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୁତ୍ୟୁ ହୋଇଥିଲା । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଏଥିପାଇଁ ବନ ବିଭାଗକୁ ଦାୟୀ କରିଛନ୍ତି ଗାଁ ଲୋକେ ।

LEAVE A REPLY

Please enter your comment!
Please enter your name here