Home Uncategorized ଜନ୍ମଦିନରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଲିଫ୍ଟ କେନାଲ ସିଷ୍ଟମ

ଜନ୍ମଦିନରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ଲିଫ୍ଟ କେନାଲ ସିଷ୍ଟମ

0
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ଜନ୍ମଦିନ ଅବସରରେ  ବରଗଡ଼ ବିଜେପୁରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବାକୁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଣ୍ଡରଗ୍ରାଉଣ୍ଡ ଜଳସେଚନ ବ୍ୟବସ୍ଥା ପାଇଁ ୧୨ ଶହ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩୨ ହଜାର ହେକ୍ଟର ଜମି ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ସୁବିଧା ପାଇପାରିବେ । ଏହାଦ୍ୱାରା ଖରିପ ଋତୁରେ ୨୫ ହଜାର ୬ ଶହ ହେକ୍ଟର ଓ ରବିରେ ୭ ହଜାର ହେକ୍ଟର ଜମି ଜଳସେଚିତ ହୋଇପାରିବ । ପ୍ରକଳ୍ପ ଯୋଗୁଁ ୧୮ କିଲୋମିଟର ଦୂରରୁ ବରଗଡ ମୁଖ୍ୟ କେନାଲରୁ ଅଣ୍ଡର ଗ୍ରାଉଣ୍ଡ ପାଇପ ଯୋଗେ ପାଣି ଆସିବ । ପ୍ରତି ୪ ହେକ୍ଟର ଜମି ପାଇଁ ଗୋଟିଏ ଗୋଟିଏ ପଏଣ୍ଟ ଯୋଗାଇଦିଆଯିବ । ଏହି ପ୍ରକଳ୍ପର ନାମ ରହିବ ଗଙ୍ଗାଧର ମେହେର ଲିଫ୍ଟ କେନାଲ ବ୍ୟବସ୍ଥା । ସମଗ୍ର ଦେଶରେ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍‌ ଜରିଆରେ ଏକ ଅଞ୍ଚଳର ଜଳସେଚନ ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି।