Home Uncategorized ଜାନୁଆରୀ ୧ରୁ ଶ୍ରୀମନ୍ଦିର ଗର୍ଭଗୃହକୁ କ୍ୟାମେରା ଥିବା ମୋବାଇଲ ଫୋନ୍‌ ମନା

ଜାନୁଆରୀ ୧ରୁ ଶ୍ରୀମନ୍ଦିର ଗର୍ଭଗୃହକୁ କ୍ୟାମେରା ଥିବା ମୋବାଇଲ ଫୋନ୍‌ ମନା

0
ପୁରୀ: ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ କ୍ୟାମେରା ଥିବା ମୋବାଇଲ ଉପରେ ଲାଗିବ କଟକଣା । ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତିପ୍ରାପ୍ତ ମୋବାଇଲ ବିନା ଅନ୍ୟ କୌଣସି ସ୍ମାର୍ଟ ଫୋନ୍‌ ଦେଖିଲେ ଜବତ କରାଯିବ। ତାହା ଆଉ ଫେରସ୍ତ କରାଯିବ ନାହିଁ  । ଏପରିକି ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ଯନ୍ତ୍ରୀ, ବିଧାୟକ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ କ୍ଷେତ୍ରରେ ଏହି କଟକଣା ବଳବତ୍ତର ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ସେବାୟତ ନିଯୋଗଙ୍କୁ ଚିଠି ଲେଖାଯାଇଛି । ଶ୍ରୀମନ୍ଦିରରେ ସେବାୟତମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ହୋଲଗ୍ରାମ ଲାଗିଥିବା ମୋବାଇଲ ବ୍ୟବହାର କରିବେ । ପ୍ରାଥମିକସ୍ତରରେ ଯେଉଁ ମୋବାଇଲରେ ହୋଲଗ୍ରାମ ନଥାଇ ବିକ୍ରି କରାଯାଇଛି, ସେଗୁଡ଼ିକ ପରିବର୍ତ୍ତନ କରାଯିବ । ସେପଟେ ଛତିଶା ନିଯୋଗ ବୈଠକରେ ଆଲୋଚନାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନା କ୍ୟାମେରାରେ ମୋବାଇଲ ହ୍ୟାଣ୍ଡସେଟ୍‌ ଯୋଗାଇବା କାର୍ଯ୍ୟକ୍ରମ ଚାଲିଛି । ମୋବାଇଲ ବଣ୍ଟନର ଶେଷ ତାରିଖ ଡିସେମ୍ବର-୩୦ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ସେବାୟତ, ଶ୍ରୀମନ୍ଦିର କର୍ମଚାରୀ, ପୋଲିସ ଓ ଅନ୍ୟ ଅଧିକୃତ କର୍ମଚାରୀଙ୍କୁ ଏହି ମୋବାଇଲ ଯୋଗାଇ ଦିଆଯାଇ ଛି। ଏହି ପଞ୍ଜିକୃତ ମୋବାଇଲ ବିନା ଅନ୍ୟ କୌଣସି ମୋବାଇଲ ଫୋନ୍‌ ମନ୍ଦିର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ । ନୂଆବର୍ଷଠାରୁ ଏହି କଟକଣାକୁ କଡାକଡ଼ି କରିଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସେବାୟତମାନଙ୍କୁ ମୋବାଇଲ ବିକ୍ରି ପାଇଁ ଦୁଇଟି କାଉଣ୍ଟର ଖୋଲାଯାଇଛି ।