Home ଓଡିଶା ଜିଏସ୍‌ଟି ଲାଗୁ ନେଇ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଜିଏସ୍‌ଟି ଲାଗୁ ନେଇ ଟ୍ୱିଟ୍‌ କରି ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମଧ୍ୟରାତ୍ରିରୁ କେନ୍ଦ୍ର ସରକାର ଜିଏସଟି ଲାଗୁ କରିଥିବାବେଳେ ଏନେଇ  ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଗୋଟିଏ ଦେଶ, ଗୋଟିଏ ଟିକସ, ଗୋଟିଏ ବଜାର ହେଲା । ଏଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ । ଜିଏସ୍‌ଟି ପାଇଁ ଓଡିଶା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବାରୁ ମୁଁ ଖୁସି। । ଜିଏସଟି ଲାଗୁ ସହଜ, ସରଳ ଏବଂ ଦ୍ୱନ୍ଦ୍ୱ ଦୂରକାରୀ ହେବ ।  ସରକାର ଏକକ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ସାଧାରଣ ଲୋକ, ଶିଳ୍ପ ଓ ବାଣିଜ୍ୟ ଲାଭାନ୍ୱିତ ନେଇ ଦୃଷ୍ଟି ଦେବା ଉଚିତ ।’