Home ସାକ୍ଷାତକାର ଜିଏସ୍‌ଟି ହ୍ରାସ ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ

ଜିଏସ୍‌ଟି ହ୍ରାସ ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ

0

ନିକଟରେ ସରକାର ଜିଏସ୍‌ଟିରେ ପ୍ରାୟ ୨୦୦ରୁ ଅଧିକ ସାମଗ୍ରୀ ଉପରେ ଟିକସ ହାର ସଂଶୋଧନ କରିଛନ୍ତି। ବୁଧବାର ଠାରୁ ସଂଶୋଧିତ ଜିଏସ୍‌ଟି ହାର ଲାଗୁ ହେଉଥିବା ବେଳେ ଗ୍ରାହକଙ୍କୁ ଏହାର ଫାଇଦା ଯେପରି ମିଳିବ ସେ ନେଇ କେନ୍ଦ୍ର ତତ୍ପରତା ଦେଖାଇଛି। ଜିଏସ୍‌ଟି ହ୍ରାସ ଯୋଗୁ ହେବାକୁ ଥିବା ଫାଇଦା ଯେଉଁଭଳି ଭାବେ ଗ୍ରାହକ ପାଇବେ ତାହା ନିଶ୍ଚିତ କରାଇବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଗ୍ରାହକ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶ୍ୱାନ ରାଜ୍ୟ ଏନଫୋର୍ସ ମେଣ୍ଟ ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ୧୭୮ ଦୈନଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ୧୮% ଟିକସ ହାରକୁ ହ୍ରାସ ହୋଇଛି। ସେହିଭଳି ସବୁ ରେଷ୍ଟୁରାଣ୍ଟଙ୍କ ଲାଗି ୫% ଟିକସ ହାର ଲାଗୁ ହୋଇଛି। ଏ ନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ନୂଆ ନିୟମ ବୁଧବାର ଠାରୁ ଲାଗୁ ହୋଇଛି। ସେହିଭଳି ରାଜ୍ୟ ସ୍ତରରେ ଥିବା ଲିଗାଲ ମେଟ୍ରୋଲୋଜି ଅଧିକାରୀଙ୍କୁ ମଧ୍ୟ ଏହି ପ୍ରସଙ୍ଗ ଉପରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିବା ପାଶ୍ୱାନ ସୂଚନା ଦେଇଛନ୍ତି। ଏମ୍‌ଆର୍‌ପି ପରିବର୍ତ୍ତନକୁ ଯାଞ୍ଚ କରିବାକୁ ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ରିଟେଲିଂ ଲାଗି ପ୍ରସ୍ତୁତ ହୋଇ ରହିଥିବା ସାମଗ୍ରୀଗୁଡିକ ଉପରେ ପରିବର୍ତ୍ତିତ ଜିଏସ୍‌ଟି ହାରକୁ ନେଇ କମ୍ପାନୀଗୁଡିକ ନୂଆ ଷ୍ଟିକର ଲଗାଇ ପାରିବେ। ଏହା ଉପରେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here