Home Uncategorized ଜିଲା ବିଜେପି କମିଟିରୁ ବିଜୟ ମହାପାତ୍ର ନିଲମ୍ବିତ

ଜିଲା ବିଜେପି କମିଟିରୁ ବିଜୟ ମହାପାତ୍ର ନିଲମ୍ବିତ

0

ଭୁବନେଶ୍ୱର : ତେଜିଲା କେନ୍ଦ୍ରାପଡ଼ା ବିଜେପି କନ୍ଦଳ । କେନ୍ଦ୍ରାପଡ଼ା ଜିଲା ବିଜେପି କମିଟିରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଜିଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତି ଦୁର୍ଯ୍ୟଧନ ସାହୁ ସୂଚନା ଦେଇଛନ୍ତି । ବିଜୟ ମହାପାତ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରିବା ପାଇଁ ରାଜ୍ୟସ୍ତରୀୟ ନେତା ଓ ପଦାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ଜିଲା ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଗତକାଲି ପାଟକୁରା ଗରଦପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୟ ମହାପାତ୍ରଙ୍କୁ ଡକାଯାଇନଥିବାରୁ ତାଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ । ଦଳରେ ମିଶ୍ରଣ ପାଇଁ ଆସିଥିବା ଲୋକଙ୍କୁ ବିରୋଧ କରି ଘଉଡ଼ାଇ ଦେଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଓ ମିଶ୍ରଣ ପର୍ବ ବାଧାପ୍ରାପ୍ତ ହୋଇଥିଲା । ବିଜୟ ମହାପାତ୍ରଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ ଏପରି କରିଥିବା ଅଭିଯୋଗ ହୋଇଥିଲା । ଠିକ୍‌ ଗୋଟିଏ ଦିନ ପରେ ତାଙ୍କୁ ଜିଲା ବିଜେପି କମିଟରୁ ନିଲମ୍ବନ କରାଯାଇଛି ।

ଏହାର ଜବାବ ରଖିଛନ୍ତି ବିଜୟ। ସେ କହିଛନ୍ତି-“ଦଳରୁ ବାହାର କରିବା ପାଇଁ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ କରାଯାଉଛି । ଯଦି ମୁଁ ଗଲାପରେ ଦଳ ଶକ୍ତିଶାଳୀ ହେବ, ତାହାହେଲେ ଭଲ କଥା ।”

ସେ ଆହୁରି କହିଛନ୍ତି-“ରାଜ୍ୟସ୍ତରୀୟ ନେତା ଷଡ଼ଯନ୍ତ୍ର କରୁଛନ୍ତି । ମିଛ କହିବା, ଅପପ୍ରଚାର କରିବା ବର୍ତ୍ତମାନ ମୂଳ ଏଜେଣ୍ଡା ହୋଇଛି । ଦଳର କାମ ଲୋକଙ୍କ ସ୍ୱାର୍ଥ ନୁହେଁ । ବିଜୟ ମହାପାତ୍ର ବିରୋଧରେ ଚକ୍ରାନ୍ତ ମୁଖ୍ୟ କାମ ହୋଇଛି ।”

LEAVE A REPLY

Please enter your comment!
Please enter your name here