Home Uncategorized ଜେଲରୁ ମୁକୁଳିଲେ ବିତ୍ତିିହୋତ୍ର ମହାନ୍ତି

ଜେଲରୁ ମୁକୁଳିଲେ ବିତ୍ତିିହୋତ୍ର ମହାନ୍ତି

0
ଜୟପୁର: ଆଜି ଜେଲରୁ ମୁକୁଳିଛନ୍ତି ବିତ୍ତିହୋତ୍ର ମହାନ୍ତି । ସେ ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ । ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ବିତ୍ତିହୋତ୍ରଙ୍କୁ  ୭ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ଜୟପୁର ଫାଷ୍ଟଟ୍ରାକ୍‌ କୋର୍ଟ ।  ସେ ରାଜସ୍ଥାନ ଜୟପୁରର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ । ୨୦୦୬ ମସିହାରେ ପାରୋଲରେ ଆସି ଆଉ ଜେଲକୁ ଫେରି ନଥିଲେ ବିତ୍ତିହୋତ୍ର । ପରେ ପୋଲିସ୍ ତାଙ୍କୁ କେରଳରୁ ଗିରଫ କରିଥିଲା । ବିତ୍ତି ନିଜ ନାଁ ବଦଳାଇ  ରାଘବ ରାଜନ ନାମରେ କେରଳରେ ଏକ ବ୍ୟାଙ୍କରେ ଚାକିରି କରୁଥିଲେ । ଏହି ମାମଲାରେ ବିତ୍ତିହୋତ୍ର ସୁପ୍ରିମ୍‌କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।  ତେବେ ମାର୍ଚ୍ଚ ୩୧ ତାରିଖରେ ବିତ୍ତିହୋତ୍ରଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ଆଜି ସେ ଜେଲରୁ ମୁକୁଳିଛନ୍ତି ।