Home Uncategorized ଜେଲରୁ ମୁକୁଳିଲେ ସିସୋର୍‌ ମୁଖ୍ୟ ପ୍ରଶାନ୍ତ ଦାଶ

ଜେଲରୁ ମୁକୁଳିଲେ ସିସୋର୍‌ ମୁଖ୍ୟ ପ୍ରଶାନ୍ତ ଦାଶ

0

ଭୁବନେଶ୍ୱର : ଶେଷରେ ଜେଲରୁ ମୁକୁଳିଲେ ପ୍ରଶାନ୍ତ ଦାଶ ।  ବହୁଚର୍ଚ୍ଚିତ ସିସୋର୍‌ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସଂପୃକ୍ତ ହୋଇ ଗିରଫ ହୋଇଥିବା ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି । ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳି ଥିବା ଜଣାପଡ଼ିଛି । ପ୍ରଶାନ୍ତ ଦାସ କ୍ଷତିଗ୍ରସ୍ତ ଜମାକାରୀଙ୍କ ୭କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ସେ କ୍ରାଇମ ବ୍ରାଞ୍ଚ ଦ୍ୱାରା ୨୦୧୩ରେ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ପ୍ରଶାନ୍ତ ଦାଶଙ୍କୁ ମୋଟ ୮ଟି ମାମଲାରେ ଜାମିନ ମିଳିବା ପରେ ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ତାଙ୍କୁ ୬ଟି ମାମଲାରେ ଜାମିନ ମିଳିଥିଲା । ନବରଙ୍ଗପୁର, ଯାଜପୁର ଓ ଟିଟିଲାଗଡ଼ରେ ତାଙ୍କ ନାମରେ ମାମଲା ଥିଲା ।

 

LEAVE A REPLY

Please enter your comment!
Please enter your name here