Home Uncategorized ଜେଲ୍‌ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ମେୟର

ଜେଲ୍‌ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ମେୟର

0

ବ୍ରହ୍ମପୁର-  ଜେଲ୍‌ରୁ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ ଦାସ) । ଗିରଫ ହେବାର ବର୍ଷେ ପରେ ତାଙ୍କୁ ବେଲ୍‌ ମିଳିଛି । ହତ୍ୟା, ଲୁଟ୍‌ ଓ ଦାଦାବଟି ଆଦାୟ ଆଦି ୩୭ଟି ମାମଲାରେ  ଶିବଶଙ୍କରଙ୍କୁ ଜୁଲାଇ ୭, ୨୦୧୬ରେ ନୂଆଦିଲ୍ଲୀରୁ ଗିରଫ କରାଯାଇଥିଲା ।  ଏହାପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।

ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା।  ଜେଲ୍‌ରୁ ବାହାରିବା ପରେ ଶିବଶଙ୍କର କହିଛନ୍ତି,“ମୋ ନାଁରେ ମିଥ୍ୟା କେସ୍‌ କରାଯାଇଥିବାରୁ ମୋତେ ଜାମିନ୍ ମିଳିଲା । ମୋର ଉଭୟ ବିଜେଡି ଓ ବିଜେପି ସହ ଭଲ ସମ୍ପର୍କ ରହିଛି।”

LEAVE A REPLY

Please enter your comment!
Please enter your name here