Home Uncategorized ଜୟୀଙ୍କୁ କ୍ଷମା ମାଗିଲେ ମିଛ ମୃତ୍ୟୁ ଖବର ଭାଇରାଲ କରିଥିବା ଯୁବକ

ଜୟୀଙ୍କୁ କ୍ଷମା ମାଗିଲେ ମିଛ ମୃତ୍ୟୁ ଖବର ଭାଇରାଲ କରିଥିବା ଯୁବକ

0

ଭୁବନେଶ୍ୱର: କ୍ଷମା ମାଗିଲେ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ କରିଥିବା ଯୁବକ । ଜୟୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେ କ୍ଷମା ମାଗିଛନ୍ତି । ଏଭଳି ଭୁଲ ଜୀବନରେ କେବେ ହେବ ନାହିଁ  ବୋଲି କହିଛନ୍ତି । ସେ ଜୟୀଙ୍କର ବଡ ଫ୍ୟାନ ବୋଲି କହିଛନ୍ତି ।  ଫେସବୁକରେ ବର୍ଷିଆନ ଅଭିନେତା ଜୟୀରାମ ସାମଲଙ୍କ ମୃତ୍ୟୁ ନେଇ ଜୋରଦାର ପ୍ରଚାର ହୋଇଥିଲା । ଏହାପରେ ହାସ୍ୟ ଅଭିନେତା ଜୟୀରାମଙ୍କୁ ଭଲ ପାଉଥିବା ଲୋକେ ତାଙ୍କ ଘରକୁ ଫୋନ କରିବାରେ ଲାଗିଥିଲେ । ଏଭଳି ଏକ ଗୁଜବକୁ ନେଇ ବେଶ ହଟହଟା ହୋଇଥିଲେ ଜୟୀରାମ ସାମଲ । ସୂଚନା ଅନୁସାରେ, ହଠାତ୍  ମଙ୍ଗଳବାର ସନ୍ଧ୍ୟାରେ ଏକ ଫେସବୁକ ପୋଷ୍ଟରେ କୁହାଗଲା, ଓଲିଉଡର ବିଶିଷ୍ଟ ହାସ୍ୟାଭିନେତା ଜୟୀରାମ ସାମଲଙ୍କ ଦେହାନ୍ତ ହୋଇଯାଇଛି । ଆଉ ଏହାର କେଇ ମିନିଟ ପରେ ଜଣାପଡିଲା ଏହି ଖବର ପୁରା ମିଛ । ଜୟୀରାମ ସାମଲ ସଂପୁର୍ଣ୍ଣ ସୁସ୍ଥ ଅଛନ୍ତି ।

LEAVE A REPLY

Please enter your comment!
Please enter your name here