Home Uncategorized ଝିଅର ଜନ୍ମଦିନ ପାଳନ ପାଇଁ ଆସିଥିଲେ ଯବାନ ! ହେଲେ ମାଓବାଦୀଙ୍କ ଗୁଳିରେ  ଚାଲିଗଲା ଜୀବନ..

ଝିଅର ଜନ୍ମଦିନ ପାଳନ ପାଇଁ ଆସିଥିଲେ ଯବାନ ! ହେଲେ ମାଓବାଦୀଙ୍କ ଗୁଳିରେ  ଚାଲିଗଲା ଜୀବନ..

0
ଝିଅର ଜନ୍ମଦିନ ପାଳନ ପାଇଁ ଆସି ଚାଲିଯାଇଛି ବାପାଙ୍କ ଜୀବନ । ଏମିତି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଜାମୁଇ ଜିଲ୍ଲା ଅନ୍ତର୍ଗତ ପାଣ୍ଡେଥିକା ଗାଁରେ । ସୁଚନା ମୁତାବକ ବିହାରର ମଧୂବନ ଜିଲ୍ଲା ଅବସ୍ଥାପି ସୀମା ସୁରକ୍ଷା ବଳର ୪୮ ବାଟାଲିୟନ୍ରେ ମୃତୟନ କରାଯାଇଥିବା ସଶସ୍ତ୍ର ବଳର ଜଣେ ଯବାନଙ୍କୁ ମାଓବାଦୀ ଘରୁ ଟାଣି ନେଇ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ସେହି ଯବାନ ଜଣକ ହେଉଛନ୍ତି ପାଣ୍ଡେଥିକା ଗାଁର ସିକନ୍ଦର ଯାଦବ । ତେବେ ସିକନ୍ଦର ନିଜର ଝିଅର ଜନ୍ମ ଦିନ ପାଇଁ ଛୁଟିରେ ଘରକୁ ଆସି ଆଉ ଫେରିନଥିଲେ ତାଙ୍କ କାର୍ଯ୍ୟକୁ । ଅନ୍ୟପଟେ ଦେଖିବାକୁ ମିଳୁଛି ମାଓବାଦୀଙ୍କ ଦୋରାତ୍ମ୍ୟ । ତେବେ ସପରିବାର ସହ ଝିଅର ୪ ର୍ଥ ଜନ୍ମଦିନ ପାଳନ କରୁଥିବା ସମୟରେ ସିକନ୍ଦରଙ୍କୁ ମାଓବାଦୀ ହତ୍ୟା କରିଥିବା ମଙ୍ଗଳବାର ଦିନ ବଡହାଟ ଏସ୍ଏଚ୍ଓ ସୁନୀଲ କୁମାର କହିଛନ୍ତି । ଅନ୍ୟପଟେ ହତ୍ୟା କରିବା ପୂର୍ବରୁ ଦୁଇ ଜଣ ମାଓବାଦୀ ପୁଲିସ ପୋଷାକରେ ଆସି ସିକନ୍ଦରଙ୍କୁ ତାଙ୍କ ଘରେ ଖୋଜା ଖୋଜା କରିଥିଲେ । ସେ ଘରୁ ବାହାରକୁ ଆସିବାମାତ୍ରେ ଅନ୍ୟ ୨୦ ଜଣ ବିଦ୍ରୋହୀ ତାଙ୍କୁ ମାଡିବସି ବନ୍ଧୁକ ଦେଖାଇ ଘୋଷାରି ନେଇଥିଲେ । ସେପଟେ ପୁଲିସ କହିଛି ଘର ଠାରୁ ମାତ୍ର ଅଳ୍ପ କେତେ ଫୁଟ ଦୂରରେ ତାଙ୍କୁ ଗୁଳି ମରାଯାଇଥିଲା । ମାଓବାଦୀଙ୍କ ମଧ୍ୟରେ ମହିଳା ଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ବିଦ୍ରୋହୀମାନେ ଚିକ୍ତାର କରି କହିଥିଲେ ଜଣେ ପୁଲିସ ସୂଚନା ଦାତା ବୋଲି କହି ତାଙ୍କୁ ଦଣ୍ଡ ଦେଉଛନ୍ତି । ସିକନ୍ଦରଙ୍କୁ ଗୁଳି ମାରିସାରିବା ପରେ ସେମାନେ ପାଖ ଜଙ୍ଗଲକୁ ଖସି ଯାଇଥିଲେ ।