Home Uncategorized ବିଜେପୁର ଟଙ୍କା ଜବତ ଘଟଣାରେ ରାଜ୍ୟ ନିର୍ବାଚନ ଆୟୋଗ ପାଖରେ ଫେରାଦ ହେଲା: ବିଜେପି

ବିଜେପୁର ଟଙ୍କା ଜବତ ଘଟଣାରେ ରାଜ୍ୟ ନିର୍ବାଚନ ଆୟୋଗ ପାଖରେ ଫେରାଦ ହେଲା: ବିଜେପି

0

ଓଡି-୧୭-ଜି-୧୮୫୫ ଗାଡିରୁ ୪୦ ଲକ୍ଷ ଟଙ୍କା ଜବତ ହେବା ଓ ସମ୍ପୃକ୍ତ ଟଙ୍କାର ମାଲିକ ଆକାଶ ଅଗ୍ରୱାଲ୍ ବୋଲି ସମ୍ପୃକ୍ତ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରକାଶ କରିବା ସହ ଏହି ବିପୁଳ ପରିମାଣର ଅର୍ଥ ବିଜେପିର ନିର୍ବାଚନ ପ୍ରଚାରରେ ବ୍ୟୟ ହେବା ପାଇଁ ଆସିଥିବା ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ପୋଲିସ୍ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲା ଏସପି ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ବିଜେପି ପାଣ୍ଠି ନେଇ ଯାଉଥିବା ତାଙ୍କ ରିପୋର୍ଟରେ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି । ଏହି ଟଙ୍କା କେଉଁଠୁ ଆସିଲା, କିଏ ଦେଇଥିଲା ଓ କୁଆଡେ ଯାଉଥିଲା ଏହାର ତଦନ୍ତ ନକରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆରଏସ୍ଏସ୍, ବିଶ୍ୱ ହିନ୍ଦୁ ପରିଷଦ ସହିତ ଯୋଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିନା ତଦନ୍ତରେ ବିଜେପି ନିର୍ବାଚନ ପ୍ରଚାର ପାଇଁ ଏହି ଅର୍ଥ ଯାଉଥିବା ପୋଲିସ୍ ରିପୋର୍ଟ ଦେବା ଦେଶର ଅପରାଧ ସଂହିତା ଆଧାରରେ ନିୟମ କାନୁନର ବିରୋଧ ବୋଲି ବିଜେପି ନିର୍ବାଚନ ଆୟୋଗ ଏବଂ ଇଡି ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here