Home Uncategorized ଟ୍ରାଫିକ୍‌ ପୋଲିସଙ୍କ ପାଇଁ ବଡି କ୍ୟାମେରା

ଟ୍ରାଫିକ୍‌ ପୋଲିସଙ୍କ ପାଇଁ ବଡି କ୍ୟାମେରା

0

ଭୁବନେଶ୍ୱର: ଶନିବାର କମିଶନରେଟ ପୋଲିସ ପକ୍ଷରୁ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି ।  ଏଣିକି ଟ୍ରାଫିକ ପୋଲିସଙ୍କ ଦେହରେ ବଡି କ୍ୟାମେରା ଲାଗିବ । କଟକ ଏବଂ ଭୁବେନଶ୍ୱରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏଥିଲାଗି ୨୪୦ଟି କ୍ୟାମେରା ଅଣାଯାଇଛି ।  ଦୁଇ ସହରର ପ୍ରମୁଖ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଏହି କ୍ୟାମେରା ଦେହରେ ଲଗାଇବେ ।  କାର୍ଯ୍ୟ ସମୟରେ ଟ୍ରାଫିକ ପୋଲିସଙ୍କ ବ୍ୟବହାର, ଲୋକଙ୍କ ଟ୍ରାଫିକ ପୋଲିସଙ୍କ ପ୍ରତି ଆଚରଣ ଏବଂ ଟ୍ରାଫିକକୁ ନେଇ ଦେଖା ଦେଉଥିବା ସମସ୍ୟା ଉପରେ ନଜର ରଖିବ ଏହି କ୍ୟାମେରା । ଏହାସହ କଟକ ଏବଂ ଭୁବନେଶ୍ୱରରେ ଥିବା ଟ୍ରାଫିକ ଗାଡ଼ିରେ ମଧ୍ୟ ୧୬ଟି ଡ୍ୟାସବୋର୍ଡ କ୍ୟାମେରା ଲଗାଇବାକୁ ବ୍ୟବସ୍ଥା କରାଯାଇଛି । ପାଟ୍ରୋଲିଂ ବେଳେ ଏହି ଗାଡ଼ିରେ ଲାଗିଥିବା କ୍ୟାମେରା ରେକର୍ଡିଂ କରିବ ।

LEAVE A REPLY

Please enter your comment!
Please enter your name here