Home Uncategorized ଟ୍ୱିଟରରେ ଓଡିଶା ବିରୋଧି ମନ୍ତବ୍ୟ ! ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବଢିବାରେ ଲାଗିଛି ବିବାଦ…

ଟ୍ୱିଟରରେ ଓଡିଶା ବିରୋଧି ମନ୍ତବ୍ୟ ! ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବଢିବାରେ ଲାଗିଛି ବିବାଦ…

0
(ଭୁବନେଶ୍ୱର);୨୦୧୭ ମସିହାରେ ଓଡିଶା, ଓଡିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଆପତ୍ତିଜନକ ଟ୍ୱିଟର କରିଥିଲେ ଅଭିଜିତ ଆୟାର ମିତ୍ର । ଯାହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ସେପଟେ ଏହାକୁ ନେଇ ଶାସକ ଦଳର ସଦସ୍ୟ ବିଧାନସଭାର ଶୂନ୍ୟକାଳରେ ହୋହାଲ୍ଲା କରିବା ସହ ତାଙ୍କ ନାଁରେ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଦଳ ଦାବି କରିଛି ।ଏହା ସହିତ ଦଳ ମନ୍ତବ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ।ଅନ୍ୟପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓଡିଶାର ଏ÷÷ାତିହ ଓ ସଂସ୍କୃତି ଉପରେ ଅଭିଜିତଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ । ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ । ଏହା ବି ବୈଜୟନ୍ତ କହିଛନ୍ତି ଅବଶ୍ୟ ଏହାକୁ କିଛି ଲୋକ ଏହାର ଭୁଲ ବ୍ୟାଖ୍ୟା କରିଛନ୍ତି ।   ଧର୍ମ ଓ ସଂସ୍କୃତି ସମ୍ବେଦନଶୀଳ ପ୍ରସଙ୍ଗ , ସେସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଠିକ୍ ନୁୁହେଁ ।