Home ବାଣିଜ୍ୟ ଡାଲି ଉପରୁ ରପ୍ତାନି କଟକଣା ଉଠିଲା

ଡାଲି ଉପରୁ ରପ୍ତାନି କଟକଣା ଉଠିଲା

ରେକର୍ଡ ଉତ୍ପାଦନ ଯୋଗୁ ଘରୋଇ ବଜାରରେ ଡାଲି ଦର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ଠାରୁ ମଧ୍ୟ ତଳକୁ ଖସିଆସିଛି। ଏଭଳି କ୍ଷେତ୍ରରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ସମସ୍ତ ପ୍ରକାର ଡାଲି ଉପରୁ ରପ୍ତାନି କଟକଣା ଉଠାଇ ଦେଇଛନ୍ତି। ଚାଷୀମାନଙ୍କୁ ଯେପରି ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ମିଳିବ ତାହାକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ୨୦୧୬-୧୭ ଅମଳ ବର୍ଷ(ଜୁଲାଇ-ଜୁନ୍‌)ରେ ଭାରତରେ ରେକର୍ଡ ୨୨.୯୫ ନିୟୁତ ଟନ୍‌ ଡାଲି ଉତ୍ପାଦନ ହୋଇଛି। ଚଳିତବର୍ଷ ମଧ୍ୟ ସମାନ ପରିମାଣର ଡାଲି ଉତ୍ପାଦନ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି