Home Uncategorized ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲା, ମୃତ ଛାତ୍ରୀଙ୍କ ବାପାମାଆଙ୍କୁ କ୍ୟାପିଟାଲ ଥାନାରେ ପଚରାଉଚରା

ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲା, ମୃତ ଛାତ୍ରୀଙ୍କ ବାପାମାଆଙ୍କୁ କ୍ୟାପିଟାଲ ଥାନାରେ ପଚରାଉଚରା

0
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୮ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ ଛାତ୍ରୀ ଆତ୍ମହତ୍ୟା ମାମଲାର ତଦନ୍ତ ରିପୋର୍ଟ ଆସିଲା ପରେ ଆଜି କ୍ୟାପିଟାଲ ଥାନାରେ ପହଞ୍ଚିଛନ୍ତି ମୃତ ଛାତ୍ରୀ ତାନିଆ ବାନାର୍ଜୀଙ୍କ ବାପା ମାଆ ।  ସେମାନେ କ୍ୟାପିଟାଲ ଥାନାରେ ପହଂଚିବା ପରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ତେବେ ଗତକାଲି ମୃତ ତାନିଆ ବାନାର୍ଜିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଜି ତାଙ୍କର ବାପାମାଆଙ୍କୁ ଜେରା କରାଯାଉଛି । ଛାତ୍ରୀ ଜଣଙ୍କ ସ୍କୁଲ ହଷ୍ଟେଲର ଆତ୍ମହତ୍ୟା କରିଥିଲେ ।      ଗତକାଲିର ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଶ୍ୱାସରୁଦ୍ଧ ହୋଇ ତାନିଆଙ୍କ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କ ସ୍କୁଲ ହଷ୍ଟେଲର ଆତ୍ମହତ୍ୟା କରିଥିଲେ । ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ଚୋରଣୀ କହି ମାନସିକ ନିର୍ଯାତନା ଦେଇଥିବା କଥା ସେ ମାଆଙ୍କୁ କହିଥିଲେ । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ ମୃତ ତାନିଆଙ୍କ ପରିବାର ।