Home ଦେଶ ବିଦେଶ ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍

ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍

ଭୁବନେଶ୍ୱର : ଡିଏମକେର ମୁଖ୍ୟ ହେଲେ ଷ୍ଟାଲିନ୍ । ୪୯ ବର୍ଷ ଧରି ଡିଏମକେ ସୁପ୍ରିମୋ ଥିବା କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏମ କେ ଷ୍ଟାଲିନ୍ ଆନୁଷ୍ଠାନିକ ଭାବେ ଦଳର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଦଳର ଦ୍ୱିତୀୟ ସଭାପତି ଭାବେ ମନୋନୀତ ହୋଇଛନ୍ତି ।  ଷ୍ଟାଲିନ୍ ଦଳର ଦାୟିତ୍ୱ ଭାର ସମ୍ଭାଳିବା ପରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ଗତ ୧୪ ତାରିଖରେ ଦଳର ବରିଷ୍ଠ ନେତାମାନେ ଷ୍ଟାଲିନ୍ ୱେଟିଂ ପ୍ରିନ୍ସ ବୋଲି କହିବା ପରେ ଷ୍ଟାଲିନ୍ ଦ୍ୱିତୀୟ ସଭାପତି ହେବା ନେଇ ରାସ୍ତା ପରିଷ୍କାର ହୋଇସାରିଥିଲା । ତେବେ ଜେନେରାଲ କାଉନସିଲ ବୈଠକରେ ୬୫ ଜିଲ୍ଲାର ଦଳୀୟ ସମ୍ପାଦକ ଏହି ପଦବୀ ପାଇଁ ଷ୍ଟାଲିନଙ୍କ ନାଁକୁ ପ୍ରସ୍ତାବ ଦେଇଥିଲେ ।