Home ଖେଳ ଡିସେମ୍ବର ୨୦ରେ ବାରବାଟୀରେ ଟି-୨୦

ଡିସେମ୍ବର ୨୦ରେ ବାରବାଟୀରେ ଟି-୨୦

0
କଟକ:  ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଡିସେମ୍ବର ୨୦ରେ ଟି-୨୦ ମ୍ୟାଚ ହେବ । ଓସିଏ କାର୍ଯ୍ୟକାରୀ ସଭାପତି ଧିରେନ୍‌ ପଲେଇ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବରୁ  ଭାରତ-ନ୍ୟୁଜିଲାଣ୍ଡ  ଟି-୨୦ ମ୍ୟାଚ୍‌ ଆୟୋଜନ ନେଇ ବିସିସିଆଇ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଓସିଏ ଏନେଇ ଅକ୍ଷମତା ପ୍ରକାଶ କରିଥିଲା  । ନଭେମ୍ବର ୪ରୁ କଟକରେ ବାଲିଯାତ୍ରା ଆରମ୍ଭ ହେଉଛି । ଏହି କାରଣରୁ ନଭେମ୍ବର ୧ରୁ ୧୫ ମଧ୍ୟରେ ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ଆୟୋଜନ ସମ୍ଭବ ନୁହେଁ ବୋଲି ବିସିସିଆଇକୁ ଓସିଏ ଜଣାଇଦେଇଥିଲା ।