Home ଅପରାଧ ଡେଲାଙ୍ଗ : ଘରେ ପଶି ମହିଳାଙ୍କୁ ହତ୍ୟା ପରେ ସୁନା ଗହଣା ଓ ଟଙ୍କା ଲୁଟିନେଇ...

ଡେଲାଙ୍ଗ : ଘରେ ପଶି ମହିଳାଙ୍କୁ ହତ୍ୟା ପରେ ସୁନା ଗହଣା ଓ ଟଙ୍କା ଲୁଟିନେଇ ଗଲେ ଡକାୟତ

0

ଡେଲାଙ୍ଗ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗାଁରେ ଡକାୟତି ପାଇଁ ଜଣେ  ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାମ ପୁଷ୍ପଲତା ଦାସ (୫୦) । ଘରେ କେହି ପୁରୁଷ ନଥିବା ବେଳେ ଡକାୟତମାନେ ପଶି ମହିଳାଙ୍କୁ  ଅତି ନିର୍ମମ ଭାବେ ହତ୍ୟା କରି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ଓ ସୁନାଗହଣା । ଗତକାଲି ରାତି ୧୨ଟା ସମୟରେ ୪ରୁ ୫ ଜଣ ଡକାୟତ ପୁଷ୍ପଲତାଙ୍କ ଘରେ ପଶିଥିଲେ ।

ଘରେ କେହି ନଥିବାର ସୁଯୋଗ ଦେଖି ପୁଷ୍ପଲତାଙ୍କୁ ଉଂଲଗ୍ନ କରି ମୁହଁରେ ସେଲୋଟେପ ବାନ୍ଧି ଗାଧୁଆ ଘରେ ଫୋପାଡି ସୁନାଗହଣା ଲୁଟ କରିଥିଲେ । ପୁଅ ଲକ୍ଷ୍ମୀଧର ଘରେ ପହଚିଂବା ପରେ ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଂଗେ ସଂଗେ ପୋଲିସକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ପୁଷ୍ପଲତାଙ୍କୁ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡେଲାଙ୍ଗ ପୋଲିସ ଓ ସତ୍ୟବାଦୀ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ଏହା ଡକାୟତିକୁ ନେଇ ହତ୍ୟା କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଆଲମାରିରୁ ନଗତ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଣ୍ଟେଫିକ୍ ଟିମ ଓ ସନ୍ଧନୀ କୁକୁର ପହଞ୍ଚି ତଦନ୍ତ ଚାଳଇଛନ୍ତି ।

LEAVE A REPLY

Please enter your comment!
Please enter your name here