Home Uncategorized ଢେଙ୍କାନାଳ: ଟ୍ରକ୍-ଅଟୋ ମୁହାଁମୁହିଁ-୨ ମୃତ, ୩ଗୁରୁତର

ଢେଙ୍କାନାଳ: ଟ୍ରକ୍-ଅଟୋ ମୁହାଁମୁହିଁ-୨ ମୃତ, ୩ଗୁରୁତର

0

ଢେଙ୍କାନାଳ:ଢେଙ୍କାନାଳ ଏନ୍ଏଚ୍-୫୫ର ବାଇପାସ୍ ନିକଟରେ ନିକଟରେ ଆଜି ଭୋରରୁ ଏକ ବିୟର୍ ବୋଝେଇ ଟ୍ରକ୍ ଏକ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି  । ତିନି ଜଣକ ଅବସ୍ଥା ଗୁରୁତର ରହିଛି  ।  ଦୁର୍ଘଟଣାରେ ଅଟୋ ଡ୍ରାଇଭର ଭୀମସେନ ମଣ୍ଡଳଙ୍କ ସହ ଯାତ୍ରୀ ରଞ୍ଜନ ପ୍ରଧାନଙ୍କର ମୃତ୍ୟୁ ଘଟିଛି  । ରଞ୍ଜନ ତାଙ୍କ ପରିବାର ସହ ବାହାଘର ଭୋଜି ଖାଇ ଅଟୋରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରଞ୍ଜନଙ୍କ ପତ୍ନୀ ଓ ଝିଅ ଉକ୍ତ ଅଟୋରେ ଥିଲେ  । ଆହତ ତିନିଜଣକୁ  କଟକ ସ୍ଥାନାନ୍ତର କରାଯାଇଛି  । ଅଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଫେରାର ଅଛି  ।

LEAVE A REPLY

Please enter your comment!
Please enter your name here