Home ଅପରାଧ ଢେଙ୍କାନାଳ ବିଜେଡି ଯୁବ ସଭାପତିଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ ବିଜେଡି ଯୁବ ସଭାପତିଙ୍କୁ ଗୁଳିକରି ହତ୍ୟା

0

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ଗାନ୍ଧୀ ମନ୍ଦିର ସମ୍ମୁଖରେ  ପୂର୍ବାହ୍ନ ୯ଟା ୩୦ରେ ଢେଙ୍କାନାଳ ଜିଲା ଯୁବ ବିଜୁ ଜନତା ଦଳ ସଭାପତି ତଥା ବସ୍‌ ମାଲିକ ସଂଘ ସମ୍ପାଦକ ଏବଂ କାମାକ୍ଷାନଗର ଏନ୍‌ଏସିର ପୂର୍ବତନ ନଗରପାଳ ଯଶୋବନ୍ତ ପରିଡ଼ାଙ୍କୁ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ସେ ତାଙ୍କ ନିର୍ମାଣାଧୀନ ନୂତନ ଗୃହର କାର୍ଯ୍ୟ ତଦାରଖ କରି ଫେରୁଥିବା ସମୟରେ ୪ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ଗାନ୍ଧୀ ମନ୍ଦିର ସମ୍ମୁଖରେ ତାଙ୍କ କାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପରେ ସେମାନେ ୨ରୁ ୩ଟି ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରାଜନୈତିକ ଶ୍ରତୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବୋଲି ସଂଧେୟ କରାଯାଉଛି I

 

LEAVE A REPLY

Please enter your comment!
Please enter your name here