Home ଦେଶ ବିଦେଶ ତାଜମହଲ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ତାଜମହଲ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ସାମିଲ ତାଜମହଲକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଉଚ୍ଚତମ ନ୍ୟାୟାଳୟ ବୁଧବାର କଡ଼ା ଟିªଣୀ କରି କହିଛନ୍ତି ଯେ ଯଦି ତାଜମହଲକୁ ଆମେ ସୁରକ୍ଷିର ରଖି ପାରିବା ନାହିଁ ତେବେ ତାକୁ ବନ୍ଦ କରି ଦିଆଯାଉ ନଚେତ୍‌ ଭାଙ୍ଗି ଦିଆଯାଉ ।ଏହା ସହିତ ସୁପ୍ରିମକୋର୍ଟ ତାଜମହଲର ସୁରକ୍ଷାକୁ ନେଇ କରାଯାଉଥିବା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ତାଜର ସୁରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ସେତେଟା ଗମ୍ଭୀର ନୁହନ୍ତି । ଏହି ସମୟରେ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ତାଜ ଆଇଫିଏଲ ଟାୱ୍‌ାରଠୁ ମଧ୍ୟ ଅଧିକ ସୁନ୍ଦର ଏବଂ ଏହା ଦେଶର ବିଦେଶୀ ମୁଦ୍ରା ସମସ୍ୟାକୁ ମଧ୍ୟ ସମାଧାନ କରି ପାରିବ । ସର୍ବୋଚ୍ଚ ନ୍ୟାୟାଳୟ ତାଜମହଲର ଉଚିି ରକ୍ଷଣାବେକ୍ଷଣର ଦାବି କରି ଦାୟର ଯାଚିକାର ଶୁଣାଣି ସମୟରେ ଏହି ଟିªଣୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଷଡ଼ୋଶ ଶତାବ୍ଦୀରେ ନିର୍ମିିତ ପ୍ରେମର ପ୍ରତୀକ ତାଜମହଲର ସୁନ୍ଦରତାକୁ ଉପଭୋଗ କରିବା ପାଇଁ କେବଳ ଦେଶ ନୁହେଁ ବରଂ ବିଦେଶରୁ ପ୍ରିୟେକ ବର୍ଷ ହଜାର ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ଏହି ମକବରେକୁ ପ୍ରେମର ପ୍ରତୀତ ବୋଲି କୁହାଯାଏ । କାରଣ ଏହାକୁ ମୋଗଲ ବାଦଶାହା ଶାହଜାହାନ ନିଜର ବେଗମ ମୁମତାଜଙ୍କ ସ୍ମୁତିରେ ନିର୍ମାଣ କରିଥିଲେ । ବିଚାରପତି ତାଜମହଲର ତୂଳନା ଆଇଫିଲ ଟାୱାର ସହିତ କରି କହିଛନ୍ତି ଯେ ଆଇଫିଲକୁ ପ୍ରାୟ ୮୦ ମିଲିୟନ ଲୋକ ଦେଖିବାକୁ ଆସିଥାନ୍ତି ଯାହା ଏକ ଟିଭି ଟାୱାର ପରି ଦେଖାଯାଏ । ମାତ୍ର ତାଜମହଲକୁ ଦେଖିବା ପାଇଁ ମିଲିୟନ ମିଲିୟନ ଲୋକ ଆସିଥାନ୍ତି, ତଥାପି ଆପଣ ଏହାର ରକ୍ଷଣାବେକ୍ଷଣକୁ ନେଇ ଗମ୍ଭୀର ନୁହନ୍ତି କି ଏହାକୁ ନେଇ ସମ୍ବେଦନଶୀଳ ଅଛନ୍ତି । ଅଦାଲତ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ କେବଳ ଏକ ସ୍ମାରକ ଦେଶର ସମସ୍ୟାକୁ ସମାଧାନ କରିଥାଏ । କି;ୁ ଆପଣଙ୍କର ଉଦାସୀନତା କାରଣରୁ ଦେଶକୁ କେତେ କ୍ଷତି ହୋଇଛି କଣ ଆପଣ ଏହି ବିଷୟରେ କିଛି ଅବଗତ ଅଛନ୍ତି ? ଉଲ୍ଲେଖଯୋଗ୍ୟ ଏହାର ଦୁଇ ଦିନ ପୂର୍ବେ ଉଚ୍ଚତମ ନ୍ୟାୟାଳୟ ତାଜମହଲରେ ନମାଜ ପଢିବା ଉପରେ ରୋକ୍‌ ଲଗାଇଥିଲେଛ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ତାଜମହଲ ଦୁନିଆର ସପ୍ତାଶର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏଥିପାଇଁ ଏହା ଧ୍ୟାନ ରଖିବା ଉଚିତ୍‌ । ଯେ ତାଜମହଲ ପରିସରରେ ନମାଜ ପଢିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁଛ କୋର୍ଟ କହିଛନ୍ତି ଯେ ଏଠାରେ ଅନେକ ଜାଗା ରହିଛି ଯେଉଁଠି ନମାଜ ପଢାଯାଇ ପାରିବ ।