Home Uncategorized ତିନି ଦିନ ପରେ ଆଜି ସ୍ୱାଭାବିକ ହେଲା ବିଧାନସଭା ଗୃହ

ତିନି ଦିନ ପରେ ଆଜି ସ୍ୱାଭାବିକ ହେଲା ବିଧାନସଭା ଗୃହ

0
ଭୁବନେଶ୍ୱର : ଲୋକପାଳ ଆଇନ କାର୍ଯ୍ୟକାରୀ କରିବା ଓ ଲୋକାୟୁକ୍ତ ନିଯୁକ୍ତି ଦାବିରେ ଗତ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ବିଧାନସଭାରେ ଅଚଳା ଅବସ୍ଥା ଲାଗି ରହିଥିଲା । ବିରୋଧୀ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ହଟ୍ଟଗୋଳ କରି ଆସୁଥିଲେ । ପରିସ୍ଥିତିରେ କୌଣସି ଉନ୍ନତି ନ ଦେଖି ବାଚସ୍ପତି ପ୍ରଦୀପ କୁମାର ଅମାତ ବୁଧବାର ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ସରକାରଙ୍କ ତରଫରୁ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ଗୃହରେ ବିବୃତ୍ତି ରଖାଯିବ । ଏହି ନିଷ୍ପତ୍ତିରେ ସମସ୍ତ ବିରୋଧୀ ଦଳ ରାଜି ହୋଇ ଆଜିର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିବା ବେଳେ ପ୍ରଶ୍ନୋତ୍ତର କାଳ ଶାନ୍ତି ଶୃଙ୍ଖଳାରେ ଚାଲିଛି । ପ୍ରଥମେ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଛାତ୍ରୀମାନଙ୍କୁ ‘ଖୁସି’ ଯୋଜନା ମାଧ୍ୟରେ ଦିଆଯାଉଥିବା ସାନିଟାରୀ ନାପ୍‌କିନ୍‌ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ ପ୍ରଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟ ଗୁଡ଼ିକରେ କିଭଳି ଭାବେ ସାନିଟାରୀ ନାପ୍‌କିନ୍‌ କିପରି ଯୋଗାଇ ଦେବେ ଭୁଜବଳ ମାଝୀ ପ୍ରଶ୍ନ କରିଥିଲେ । ରାଜ୍ୟରେ ୨ ଲକ୍ଷ ୬୭ ହଜାର ୪୩୩ ଜଣ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ରୀ ଅଛନ୍ତି ।