Home Uncategorized ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ

ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ

0
ତେଲକୋଇ- କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ଆଜି ଅଘୋଷିତ ବିଦ୍ୟୁତ କାଟ୍ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନକାରୀମାନେ ଜଗମୋହନପୁରଠାରେ ୪୯ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି । ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ ରହିଛି । ବନ୍ଦ ସମୟରେ କୌଣସି ହିଂସା ନ ଘଟିବା ପାଇଁ ଛକ ଜାଗାଗୁଡ଼ିକରେ ପୋଲିସ୍ ମୁତୟନ ହୋଇଛି ।