Home Uncategorized ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଛାତ୍ର ଜନତା ଦଳର ବିକ୍ଷୋଭ

0
ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜଧାନୀରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଛି । ନିୟମିତ ବ୍ୟବଧାନରେ ବଢ଼ି ଚାଲିଥିବା ତୈଳ ଦର ବୃଦ୍ଧିକୁ ବିଜୁ ଯୁବ ଛାତ୍ର ଜନତା ଦଳ ବିରୋଧ କରିଛି । କେନ୍ଦ୍ର ସରକାରଙ୍କ ଏହା ଗରିବ ମାରଣ ଓ ମଧ୍ୟବିତ୍ତ ଶୋଷଣ ନୀତି ବୋଲି ବିଜେଡି  ଅଭିଯୋଗ କରିଛି ।  ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବିଧାୟକ ସଞ୍ଜୟ ଦାସମହାପାତ୍ର ଓ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଯୁବ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି କର୍ମୀମାନେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିବା ପାଇଁ ସାଙ୍ଗରେ ବଳଦଗାଡ଼ି ନେଇ ଆସିଥିଲେ ଓ ଯେଉଁମାନେ ବାଇକ ଆଣିଥିଲେ ସେମାନେ ଏହା ନ ଚଳାଇ ଗଡ଼େଇଗଡ଼େଇ ନେଉଥିବା ଦେଖିବାକୁ ମିଳିଥିଲା । ଗତ ୩ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୯ଥର ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଏବେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଟପି ଥିବାବେଳେ ଡିଜେଲ ଦର ୬୬ଟଙ୍କା ଟପିଛି ।