Home Uncategorized ତୋମାରଙ୍କୁ ଚିଠି ଲେଖିଲେ ନବୀନ

ତୋମାରଙ୍କୁ ଚିଠି ଲେଖିଲେ ନବୀନ

0

ଭୁବନେଶ୍ୱର :  କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ମନରେଗା ଅର୍ଥ ଅନୁଦାନ ଠିକ୍ ସମୟରେ ଦେବାକୁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଠିକ୍ ସମୟରେ ମନରେଗା ଅର୍ଥ ରାଜ୍ୟକୁ ମିଳୁ ନଥିବାରୁ ଲୋକଙ୍କୁ କାମ ମିଳୁନାହିଁ । ଫଳରେ ସେମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଚିଠିରେ ଲେଖିଛନ୍ତି ନବୀନ । ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶାକୁ ୨୨୯୦ କୋଟି ଦେବା କଥା । ହେଲେ ଏବେ ଯାଏ ୧୬୧୩ କୋଟି ୬୨ ଲକ୍ଷ ଟଙ୍କା ଦେଇଛନ୍ତି । ଆହୁରି ୬୭୬ କୋଟି ୫୭ ଲକ୍ଷ ଟଙ୍କା ବାକି ରହିଛି  । ଶ୍ରମିକମାନଙ୍କୁ ଠିକ୍‌ ସମୟରେ ଅନ୍‌ଲାଇନରେ ମଜୁରି ପ୍ରଦାନ ପାଇଁ ରାଜ୍ୟ ସରକାର କର୍ପସ ପାଣ୍ଠି ଗଠନ କରିଛନ୍ତି । ହେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏହାର ମୋଡାଲିଟି ଧାର୍ଯ୍ୟ କରି ନ ଥିବାରୁ ରାଜ୍ୟ ସରକାର ଏହି ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି । ତୁରନ୍ତ ଏହାର ମୋଡାଲିଟି ଧାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here