Home ଦେଶ ବିଦେଶ ତ୍ରୀପଲ ତଲାକ୍ ଉପରେ କେନ୍ଦ୍ର ସରକାର ଆଣିଲେ ଅଧ୍ୟାଦେଶ

ତ୍ରୀପଲ ତଲାକ୍ ଉପରେ କେନ୍ଦ୍ର ସରକାର ଆଣିଲେ ଅଧ୍ୟାଦେଶ

0
ତ୍ରୀପଲ ତଲାକ୍ ଉପରେ କେନ୍ଦ୍ର ସରକାର ଆଜି ବିଧିବଦ୍ଧ ଭାବେ ଅପରାଧ ଶ୍ରେଣୀଭୁକ୍ତ କରିଦେଇଛନ୍ତି । ଏବେ ତ୍ରୀପଲ ତଲାକକୁ ଅପରାଧିକ ମାମଲା ଭାବେ ବିବେଚନା କରାଯିବ । ଏନେଇ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଜଣାପଡିଛି । ତେବେ ଅଧ୍ୟାଦେଶ ଅନୁଯାୟୀ ଟ୍ରିପଲ ତ୍ରୀପଲ ତଲାକ୍ ଏବେ ଜାମିନ୍ ବିହିନ ଅପରାଧ । କିନ୍ତୁ ତ୍ରୀପଲ ତଲାକ ଦେଉଥିବା ଅଭିଯୁକ୍ତଙ୍କୁ କେବଳ ଜଣେ ମାଜିଷ୍ଟ୍ରଟ ଜାମିନ୍ ଦେଇପରିବେ । ପୁଲିସ୍ ଷ୍ଟେସନରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିପାରିବ ନାହିଁ । ଏଥିସହ ଯଦି , ଉଭୟ ପକ୍ଷ ପରବର୍ତି ସମୟରେ ଉଭୟ ପକ୍ଷ ଆପୋସ ବୁଝାମଣା ପାଇଁ ରାଜି ହୁଅନ୍ତି, ତାହାଲେ ପୁଣି ସେମାନେ ଏକାଠି ରହିପାରିବେ । ସେହିପରି ପିଡିତା କିମ୍ବା ତାଙ୍କ ପରିବାର ଲୋକମାନେ ହିଁ କେବଳ ପୁଲିସ୍ରେ ତ୍ରୀପଲ ତଲାକର ଶିକାର ହୋଇଥିବା ଏଫ୍ଆଇଆର ଦେଇପାରିବେ । ସେହିପରି ବିଲ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, କଂଗ୍ରେସ ମୁସଲିମ୍ ମହିଳା ବିବାହ ସୁରକ୍ଷା ଅଧିକାର ବିଲକୁ ସମର୍ଥନ କରୁନାହାନ୍ତି । ବାରମ୍ବାର କେନ୍ଦ୍ର ସରକାର ମୁସଲିମ୍ ମହିଳାଙ୍କୁ ନ୍ୟାୟ ଦେବାକୁ ଟ୍ରିପଲ ତଲାକ ପ୍ରଥାକୁ ଉଚ୍ଛେଦ କରିବାକୁ ବିଲ୍ ଆଗତ କରୁଥିଲେ ହେଁ ଏହାକୁ ବିରୋଧୀ ଦଳ ଗୁଡିକ ବିରୋଧ କରି ଆସୁଥିଲେ । ଫଳରେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି ।