Home ଖେଳ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ମୁକାବିଲାରେ ଭାରତକୁ ୧୩୫ ରନରେ ପରାସ୍ତ କରି ଟେଷ୍ଟ ସିରିଜରେ ୨-୦ରେ...

ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ମୁକାବିଲାରେ ଭାରତକୁ ୧୩୫ ରନରେ ପରାସ୍ତ କରି ଟେଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ନିଜର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି। ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ମୁକାବିଲାରେ ଭାରତକୁ ୧୩୫ ରନରେ ପରାସ୍ତ କରି ଟେଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି।  କେପଟାଉନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ  ଭାରତ ୭୨ ରନରେ ପରାଜିତ ହୋଇଥିଲା। ବିରାଟଙ୍କ ଅଧିନାୟକତ୍ଵରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ପରାଜୟ। ସେଞ୍ଚୁରିଆନରେ ଖେଳାଯାଇଥିବା ଏହି ମୁକାବିଲାର ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ୨୮୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା।  ମାତ୍ର ଭାରତ ୫୨ ଓଭରରେ ସମସ୍ତ ଓ୍ଵକେଟ୍ ହରାଇ ମାତ୍ର ୧୫୧ ରନ କରିବାକୁ ସମକ୍ଷ ହୋଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୭ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ପଦାର୍ପଣ ମ୍ୟାଚ୍ ଖେଳୁଥିବା ଲୁଙ୍ଗି ନାଗିଡି ଶାଣିତ ବୋଲିଂ କରି ୩୯ ରନ ଦେଇ ସର୍ବାଧିକ ୬ଟି ଓ୍ଵିକେଟ୍ ନେଇଛନ୍ତି। କାଗିସୋ ରାବାଡାଙ୍କୁ ୩ଟି ସଫଳତା ମିଳିଛି।