Home Uncategorized ଦଳିତ ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ଦଳିତ ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର  ବନ୍ଦର ବିଶେଷ ପ୍ରଭାବ ଦେଖା ଦେଇ ନଥିଲେ ମଧ୍ୟ କେତେକ ସ୍ଥାନରେ ରାସ୍ତା ଓ ରେଳ ରୋକ କରାଯାଇଛି  ବାଣୀବିହାର ଛକ, ଜୟଦେବବିହାର ଛକ ସମେତ ଅନ୍ୟାନ୍ୟ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଇଥିବା ଦେଖାଯାଇଛି । ବାଣୀବିହାରରେ ଶତାଧିକ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିଛନ୍ତି । ଫଳରେ ବିଭିନ୍ନ ପାର୍ଶ୍ୱରୁ ଆସୁଥିବା ଶତାଧିକ ଗାଡ଼ି ଅଟକି ରହିଥିଲା । ଭୁବନେଶ୍ୱର ଡିସିପି ଅନୁପ ସାହୁ, ଆଇଆଇସି କିଶୋର ମୁଣ୍ଡ୍‌ ଓ ଏସିପି ରବି ଶତପଥୀ ଆନ୍ଦୋଳନସ୍ଥଳରେ ପହଁଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା । ଫଳରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here