Home Uncategorized ଦାମଙ୍କ ରଣହୁଙ୍କାର- କହିଲେ ଧମେନ୍ଦ୍ର ପ୍ରଧାନ ଯେଉଁଠି ଠିଆ ହେବେ, ମୁଁ ସେଠି ଠିଆ ହେବି

ଦାମଙ୍କ ରଣହୁଙ୍କାର- କହିଲେ ଧମେନ୍ଦ୍ର ପ୍ରଧାନ ଯେଉଁଠି ଠିଆ ହେବେ, ମୁଁ ସେଠି ଠିଆ ହେବି

0

ପୁରୀ- ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କୃଷି ମନ୍ତ୍ରୀ ଦାମୋଦର ରାଉତ ପୁଣି ଥରେ ଚର୍ଚ୍ଚାର ପରିଧିରେ । ଏଥର ସେ ଖୁଲମ୍‌ଖୁଲ୍ଲା ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ । ପୁରୀରେ ଚାଲିଥିବା ବିଜେଡି ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀରେ ଯୋଗଦେଇ ଦାମ କହିଥିଲେ ଯେ, ଧମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନକୁ କେବେ ସାକାର ହେବାକୁ ଦେବି ନାହିଁ । ୨୦୧୯ ନିର୍ବାଚନରେ ଧମେନ୍ଦ୍ର ଯେଉଁ ସିଟ୍‌ରୁ ଠିଆ ହେବେ ମୁଁ ସେଠି ଠିଆହେବି । ଧମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରିବି । ଖବରକାଗଜ ଓ ଟିଭିବାଲା ଯେଉଁଠି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଧମେନ୍ଦ୍ରଙ୍କ ପ୍ରଧାନଙ୍କ ଫଟୋ ଲଗାଇଛନ୍ତି । ଯେଉଁ ବ୍ୟକ୍ତି ନିଜ ଗାଁରୁ ଖଣ୍ଡିଏ ଭୋଟ୍‌ ପାଇନି, ସେ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଦେଖୁଛି । ସେ ନିଜ ଗାଁରୁ ୨୫,୦୦୦ ଭୋଟରେ ହାରି ବିହାର ଚାଲି ଯାଇଥିଲେ । ସେଠାରୁ ରାଜ୍ୟ ସଭାକୁ ଯାଇ ମନ୍ତ୍ରୀ ହେଲେ । ପ୍ରଥମେ ୱାର୍ଡମେମ୍ବର ହୁଅ, ତାପରେ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଦେଖିବ । ବିଜେପିର ହାଇଟେକ୍ ପ୍ରଚାର ବିଷୟରେ ଦାମ କହିଛନ୍ତି ଯେ, ରାଜ୍ୟରେ ବିଜେପିର କୌଣସି ପତିଆରା ନାହିଁ । ରାଜ୍ୟରେ ଏହି ପାର୍ଟିର ଚୁଲି ନାହିଁ କି ଚାଳ ନାହିଁ । ଓଡିଶାରେ କଂଗ୍ରେସ୍‌ ତଳିତଳାନ୍ତ । କଂଗ୍ରେସ ରାଜ୍ୟରେ ତୃତୀୟ ସ୍ଥାନକୁ ଖସି ବିକଳ୍ପ ହୋଇ ରହିନାହିଁ । ବିଜେପି ଏବେ ବିକଳ୍ପ ହେବାକୁ ଚେଷ୍ଟା କରୁଛି । ବିଜେପି ଗଧିଆଟେ । ବାଘ ଛାଲ ପିନ୍ଧିଲେ ବି ବିଜେପି ବାଘ ହୋଇପାରିବ ନାହିଁ।

LEAVE A REPLY

Please enter your comment!
Please enter your name here