Home Uncategorized ଦାମଙ୍କ ସପକ୍ଷରେ ରାୟଗଡାରେ ପୋଷ୍ଟର ମାରିଲା ଚାଷୀ ମୂଲିଆ ଆଦିବାସୀ ସଂଘ

ଦାମଙ୍କ ସପକ୍ଷରେ ରାୟଗଡାରେ ପୋଷ୍ଟର ମାରିଲା ଚାଷୀ ମୂଲିଆ ଆଦିବାସୀ ସଂଘ

0

ରାୟଗଡା : ଦାମ ବାବୁ ଆଦିବାସୀମାନଙ୍କ ପାଇଁ ଭଗବାନ ଓ ସେ ସବୁବେଳେ ଆଦିବାସୀଙ୍କ ପାଇଁ ବହୁତ କାମ କରିଛନ୍ତି ।  ରାୟଗଡ଼ା ଡିଭିଜନ ଚାଷୀ ମୂଲିଆ ଆଦିବାସୀ ସଂଘ ପକ୍ଷରୁ ଜାରି ହୋଇଥିବା ପୋଷ୍ଟରରେ ଏହା ଉଲ୍ଲେଖ କରାଯାଇଛି । ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ  ମନ୍ତ୍ରୀମଣ୍ଡଳ ଓ ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଥିବା ବିଜେଡ଼ି ନେତା ଦାମୋଦର ରାଉତଙ୍କୁ ସମର୍ଥନ କରିଛି ଚାଷୀ ମୂଲିଆ ଆଦିବାସୀ ସଂଘ ।  ରାୟଗଡା ଆମ୍ବଦୋଳାରେ ଏକାଧିକ ପୋଷ୍ଟର ମାରି ଦାମୋଦର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି ।

ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ମନ୍ତ୍ରୀପଦରୁ ବହିଷ୍କାର କରିଥିବାରୁ ଏହାକୁ ପୋଷ୍ଟରରେ ବିରୋଧ କରାଯାଇଛି ।  ଦାମ ରାଉତଙ୍କୁ ସସମ୍ମାନରେ ମନ୍ତ୍ରୀମଣ୍ଡଳକୁ ନିଆଯାଉ । ଏହା ନ ହେଲେ ଆଗାମୀ ଦିନରେ ସଂଘ ନବୀନ ସରକାର ବିରୋଧରେ ଆନ୍ଦୋଳନ କରାଯିବ । ସଂଘର କର୍ମୀମାନେ ବିଜେପି ଦଳରେ ଯୋଗ ଦେବେ ଚେତାବନୀ ଦେଇଛନ୍ତି ।  ମାଲ୍ୟବନ୍ତ ଉତ୍ସବରେ ଦାମ ବାବୁ ଆଦିବାସୀଙ୍କ ସଂପର୍କରେ ବହୁତ ଭଲକଥା କହିଥିଲେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏପରିକି ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ନେତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନଥିବାବେଳେ ଦାମଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ପ୍ରଶ୍ନ କରାଯାଇଛି ।

ମାଲ୍ୟବନ୍ତ ଉତ୍ସବରେ ଦାମ ବାବୁ ଆଦିବାସୀମାନେ ଭିକ ମାଗନ୍ତି ନାହିଁ ବୋଲି କହିଥିଲେ । ସେଥିପାଇଁ ଦାମଙ୍କ ସପକ୍ଷରେ ଚାଷୀ ମୂଲିଆ ଆଦିବାସୀ ସଂଘ ବାହାରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here