Home ଓଡିଶା ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ଶିଳାନ୍ୟାସ...

ଦିନିକିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁର ଶିଳାନ୍ୟାସ କରିବେ

ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ଦ୍ୱିତୀୟ ସେତୁର ଆଜି ଶିଳାନ୍ୟାସ ହେବ ।  କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ଯୋଗଦେବେ । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସମେତ ୫ଟି ସଡକ ନିର୍ମାଣ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ । ଦ୍ୱିତୀୟ ବ୍ରାହ୍ମଣୀ ନଦୀ ସେତୁ ସହ ୨୩ ନମ୍ବର ଜାତୀୟ ରାଜପଥ ତଥା ନୂତନ ଜାତୀୟ ରାଜପଥ ୧୪୩ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ୍ ଅନ୍ତିମ ସେକ୍ସନର ମଧ୍ୟ  ସେ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଯାଇ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଦିନ ପ୍ରାୟ ୧୧ଟାରେ ରାଉରକେଲା ନିକଟ ବ୍ରାହ୍ମଣୀ ନଦୀ ଉପରେ ୬ ଲେନ୍ ବିଶିଷ୍ଟ ଆଧୁନିକ ସେତୁ ନିର୍ମାଣର ନୀତିନ ଗଡକରୀ ଭୂମିପୂଜନ କରିବାର ଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ସେ ପ୍ରାୟ ୧୧ଟା ୪୦ ମିନିଟ୍‌ରେ ରାଉରକେଲା ପହଞ୍ଚିବେ ବୋଲି ସୂଚନା ମିଳିଛି । ଏହି ସେତୁ ନିର୍ମାଣ ଲାଗି ୪୭୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।