Home Uncategorized ଦିଲ୍ଲୀରେ ବିକ୍ରି ହୋଇଥିବା ଜଣେ ଯୁବତୀଙ୍କ ସହ ୬ ଉଦ୍ଧାର

ଦିଲ୍ଲୀରେ ବିକ୍ରି ହୋଇଥିବା ଜଣେ ଯୁବତୀଙ୍କ ସହ ୬ ଉଦ୍ଧାର

0

ସୁନ୍ଦରଗଡ଼:ସୁନ୍ଦରଗଡ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଦେଶର ବିଭିନ୍ନ ଅଞ୍ଚଳରୁ ୭ ଜଣ ନାବଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବଳକ ଥିବା ବେଳେ ଜଣେ ବାଳିକା ଓ ଅନ୍ୟ ୪ ଜଣ ଯୁବତୀ ଥିବା ଜଣାପଡିଛି । ସେମାନଙ୍କୁ ଦିଲ୍ଲୀ ସମେତ ଆଗ୍ରା ହରିୟାଣା ଓ ଚଣ୍ଡୀଗଡରୁ ଉଦ୍ଧାର କରାଯାଇଥିବା ନେଇ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ କରାଡେଗା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦଲାଲ, ଦିଲ୍ଲୀରେ ୪୦ହଜାର ଟଙ୍କାର ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା । ସେଠାରୁ ନିଜକୁ ଉଦ୍ଧାର କରିବା ପାଇଁ ଯୁବତୀ ଜଣକ ଗୁହାରି କରୁଥିବା ଗଣମାଧ୍ୟମରେ ପ୍ରସାର ହୋଇଥିଲା । ଏହା ପରେ ସୁନ୍ଦରଗଡ଼ ଏସପି ପିନାକ ମିଶ୍ର ଏକ ଟିମ୍ ଗଠନ କରି ଦିଲ୍ଲୀ ପଠାଇଥିଲେ। ଏହି ଟିମ୍‌ ଦିଲ୍ଲୀରେ ୧୨ଦିନର ରହିବା  ପରେ ଯୁବତୀଙ୍କ ସହ ଅନ୍ୟମାନଙ୍କୁ ଉଦ୍ଧାର କରି ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ । ଏମାନଙ୍କୁ ଆଜି ସିଡବ୍ଲ୍ୟୁସି ନିକଟରେ ହାଜର କରାଯିବ ।  କାଉନସେଲିଂ ପରେ ଏମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।ସୁନ୍ଦରଗଡ଼:ସୁନ୍ଦରଗଡ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଦେଶର ବିଭିନ୍ନ ଅଞ୍ଚଳରୁ ୭ ଜଣ ନାବଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବଳକ ଥିବା ବେଳେ ଜଣେ ବାଳିକା ଓ ଅନ୍ୟ ୪ ଜଣ ଯୁବତୀ ଥିବା ଜଣାପଡିଛି । ସେମାନଙ୍କୁ ଦିଲ୍ଲୀ ସମେତ ଆଗ୍ରା ହରିୟାଣା ଓ ଚଣ୍ଡୀଗଡରୁ ଉଦ୍ଧାର କରାଯାଇଥିବା ନେଇ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ କରାଡେଗା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦଲାଲ, ଦିଲ୍ଲୀରେ ୪୦ହଜାର ଟଙ୍କାର ବିକ୍ରି କରିଥିବା ନେଇ ଅଭିଯୋଗ ହୋଇଥିଲା । ସେଠାରୁ ନିଜକୁ ଉଦ୍ଧାର କରିବା ପାଇଁ ଯୁବତୀ ଜଣକ ଗୁହାରି କରୁଥିବା ଗଣମାଧ୍ୟମରେ ପ୍ରସାର ହୋଇଥିଲା । ଏହା ପରେ ସୁନ୍ଦରଗଡ଼ ଏସପି ପିନାକ ମିଶ୍ର ଏକ ଟିମ୍ ଗଠନ କରି ଦିଲ୍ଲୀ ପଠାଇଥିଲେ। ଏହି ଟିମ୍‌ ଦିଲ୍ଲୀରେ ୧୨ଦିନର ରହିବା  ପରେ ଯୁବତୀଙ୍କ ସହ ଅନ୍ୟମାନଙ୍କୁ ଉଦ୍ଧାର କରି ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ରେ ପହଞ୍ଚିଥିଲେ । ଏମାନଙ୍କୁ ଆଜି ସିଡବ୍ଲ୍ୟୁସି ନିକଟରେ ହାଜର କରାଯିବ ।  କାଉନସେଲିଂ ପରେ ଏମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here